ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପୀୟୂଷଙ୍କୁ ନେଇ ଯାତ୍ରା ପାର୍ଟି ଟଣାଓଟରା; ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଲେ ବ୍ୟାଡ୍ ବୟ, କହିଲେ ସିଂହବାହିନୀ ସହ ଅଛି

Published By : Manash Sahoo | June 24, 2025 2:35 PM

ଭୁବନେଶ୍ବର ୨୪/୦୬: ପୀୟୂଷଙ୍କୁ ନେଇ ଲାଗି ରହିଥିବା ଯାତ୍ରା କଳି ତୁଟିଲା । ଯାତ୍ରା ସିଂହବାହିନୀକୁ ଯିବେ ଲୋକପ୍ରିୟ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । ସେ ପାଞ୍ଚ ବର୍ଷ ପାଇଁ ସଞ୍ଜୀବ ପାଢୀଙ୍କ ପାର୍ଟି ସହ ରହିବେ । ଏନେଇ ପୀୟୂଷ ନିଜେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି । ସେ ଯାତ୍ରା ସିଂହବାହିନୀ ସହିତ ପାଞ୍ଚ ବର୍ଷ ପାଇଁ ଅନୁବନ୍ଧିତ ଅଛନ୍ତି । ଆଗାମୀ ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ସିଂହବାହିନୀରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ହେଲେ ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ଘରେ ରହିବେ କୌଣସି ପାର୍ଟିକୁ ଯିବେ ନାହିଁ ବୋଲି ପୀୟୂଷ କହିଛନ୍ତି । ଦର୍ଶକଙ୍କ ଭଲପାଇବା ଥିଲେ ଏହି ଏକ ବର୍ଷ ବି ଯାତ୍ରା କରିବି। ମାଲିକ ସଂଘକୁ ସମ୍ମାନ ଦେବା କଳାକାରଙ୍କ ଦାୟିିତ୍ବ ବୋଲି କହିଲେ ପୀୟୂଷ।

ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଏକ ବର୍ଷ ଛୁଟି ନେଇଛି। ଏନେଇ ଦୁଇ ଯାତ୍ରା ପାର୍ଟି ସୂର୍ଯ୍ୟମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ପୂର୍ବରୁ ଜଣାଇଛି। ଏହି ଗୋଟିଏ ବର୍ଷ କୌଣସି ଯାତ୍ରା କରିବି ନାହିଁ। ଦର୍ଶନ ଯଦି ଛାଇଁବେ ପୁଣି ମଞ୍ଚକୁ ଫେରିପାରେ। ବାକି ରହିଲା ସିଂହବାହିନୀ ଠାରୁ ଯେଉଁ ଟଙ୍କା ନେଇଛି। ସେଥିପାଇଁ ପାଞ୍ଚ ବର୍ଷ ଚୁକ୍ତି କରିଛି। ଟଙ୍କା ଏବଂ ଗାଡ଼ି ଫେରାଇବା କୌଣସି ପ୍ରଶ୍ନ ଉଠୁନାହିଁ। ଆସନ୍ତା ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ସଂଞ୍ଜୀବ ପାଢ଼ୀଙ୍କ ଯାତ୍ରା ସିଂହବାହିନୀ ସହ ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.