ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ

Published By : Ankita S | June 23, 2025 10:20 AM

ନୂଆଦିଲ୍ଲୀ,୨୩/୦୬: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକଙ୍କ ଉପରେ ଆକ୍ସନ ନେଲା ସମାଜବାଦୀ ପାର୍ଟି । ଦଳରୁ ୩ ବିଧାୟକଙ୍କୁ ବିଦା କରିଛି ଏସପି । ବିଧାୟକ ଅଭୟ ସିଂହ, ରାକେଶ ସିଂହ ଓ ମନୋଜ ପାଣ୍ଡେ ଦଳରୁ ବହିଷ୍କୃତ ହୋଇଛନ୍ତି । ସେମାନଙ୍କ ନାମରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆକ୍ସନ ନେଇଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି । ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଆକ୍ସନ ନେଇଛନ୍ତି ଏସପି ମୁଖ୍ୟ ଅଖିଳେଶ ଯାଦବ ।

ସମାଜବାଦୀ ପାର୍ଟି  ଦଳ ବିରୋଧୀ ଗତିବିଧି ନେଇ ୩ ବିଧାୟକଙ୍କୁ ବାହାରର ରାସ୍ତା ଦେଖାଇଛି । ବହିଷ୍କୃତ ବିଧାୟକଙ୍କ ମଧ୍ୟରେ ଗୋଶାଇଗଞ୍ଜ ବିଧାୟକ ଅଭୟ ସିଂହ, ଗୌରୀଗଞ୍ଜ ବିଧାୟକ ରାକେସ ସିଂହ ଓ ଉଚାହାର ବିଧାୟକ ମନୋଜ ପାଣ୍ଡେ ସାମିଲ ଅଛନ୍ତି । ଦଳ ବିଧାୟକଙ୍କ ଉପରେ ସାମ୍ପ୍ରତିକ ଏବଂ ବିଭାଜନକାରୀକୁ ବଢାଉଥିବା ସହ ଚାଷୀ ବିରୋଧୀ, ମହିଳା ବିରୋଧୀ, ଯୁବା ବିରୋଧୀ ଏବଂ ବ୍ୟାପାର ବିରୋଧୀ ନୀତିକୁ ସମର୍ଥନ କରୁଥିବା ଅଭିଯୋଗ ରହିଛି ।

ସମାଜବାଦୀ ପାର୍ଟି ତାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛି, ସମାଜବାଦୀ ପାର୍ଟି ସୌହାର୍ଦ୍ଦପୂର୍ଣ୍ଣ ସକାରାତ୍ମକ ବିଚାରଧାରା ରଖୁଥିବା ରାଜନୈତିକ ଦଳ । ସାମ୍ପ୍ରଦାୟିକ ବିଭାଜନକାରୀ ନକାରାତ୍ମକତା ଚାଷୀ, ମହିଳା, ଯୁବା, କାରବାର ଏବଂ ପିଡିଏ ବିରୋଧୀ ବିଚାରଧାରାକୁ ସମର୍ଥନ କରୁଥିବାରୁ ଦଳ ୩ ବିଧାୟକଙ୍କୁ ବହିଷ୍କାର କରୁଛି ।

'ସୁଧୁରିବାକୁ ସୁଯୋଗ ଦିଆଯାଇଥିଲା'- ସମାଜବାଦୀ ପାର୍ଟି ସ୍ପଷ୍ଟ କରିଛି କି, ''ତାର ମୂଳ ବିଚାରଧାରା ବିରୋଧରେ କୌଣସି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ଦଳ ବିରୋଧୀ କାର୍ଯ୍ୟରେ ସାମିଲ କାହାକୁ ବି ଛଡ଼ା ଯିବ ନାହିଁ । ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବହିଷ୍କୃତ ବିଧାୟକଙ୍କୁ ସୁଧିରିବାକୁ ସୁଯୋଗ ଦିଆଯାଇଥିଲା । ହେଲେ ସେମାନେ ସୁଧିରିବାରେ ବିଫଳ ହେଲେ । ତେଣୁ ଏହି ଆକ୍ସନ ନିଆଯାଇଛି ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.