ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଲକ୍ଷେ ଟଙ୍କାର ସ୍କୁଟର ପାଇଁ ୧୪ ଲକ୍ଷର ନମ୍ବର ପ୍ଲେଟ୍

Published By : Anindita Ratha | June 21, 2025 3:18 PM

ନୂଆଦିଲ୍ଲୀ,୨୧/୦୬:  ଲୋକେ ସଉକ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ । ଏଭଳି ଏକ ମାମଲା ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜର ନୂଆ ସ୍କୁଟର୍‌ର ଭିଆଇପି ନମ୍ବର ପାଇଁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଖାସ୍‌କଥା ହେଉଛି ସ୍କୁଟର ମୂଲ୍ୟ ମାତ୍ର ଲକ୍ଷେ ଟଙ୍କା । ଭିଆଇପି ଫ୍ୟାନ୍ସି ନମ୍ବର ପ୍ରତି ବ୍ୟକ୍ତିଙ୍କର ପ୍ରେମ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । 

ରିପୋର୍ଟ ଅନୁସାରେ, ହିମାଚଳ ପ୍ରଦେଶର ହମୀରପୁର ବାସିନ୍ଦା ସଞ୍ଜୀବ କୁମାର ନିକଟରେ ଏକ ନୂଆ ସ୍କୁଟର କିଣିଲେ । ସ୍କୁଟର ପାଇଁ ସେ ଏକ ଭିଆଇପି ନମ୍ବର ଚାହୁଁଥିଲେ । ଏଥିପାଇଁ ସେ ହିମାଚଳ ପ୍ରଦେଶ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଅନ୍‌ଲାଇନ୍‌ ନିଲାମୀରେ ସର୍ବାଧିକ ୧୪ ଲକ୍ଷ ଟଙ୍କା ବୋଲୀ ଲଗାଇ ‘ଏଚ୍‌ପି୨୧ସି-୦୦୦୧’ ନମ୍ବର ପ୍ଲେଟ୍‌ କିଣିଲେ । ନମ୍ବର ପାଇଁ ସେ ଅନ୍‌ଲାଇନ୍‌ ଆବେଦନ କରିଥିଲେ । ସୋଲନ ଜିଲ୍ଲାର ବଦ୍ଦୀ ବାସିନ୍ଦା ଆଉ ଜଣେ ବ୍ୟକ୍ତି ମଧ୍ୟ ଦୌଡ଼ରେ ଥିଲେ । ସେ ଏହି ନମ୍ବର ପ୍ଲେଟ୍‌ ପାଇଁ ୧୩.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୋଲୀ ଲଗାଇଲେ । ସଞ୍ଜୀବ ୧୪ ଲକ୍ଷ ଟଙ୍କାରେ ନମ୍ବର ହାସଲ କଲେ । ଭିଆଇପି ନମ୍ବର ପ୍ଲେଟ୍‌ ନିଲାମରୁ ପ୍ରାପ୍ତ ରାଶି ରାଜ୍ୟ ସରକାରଙ୍କ ଭଣ୍ଡାରରେ ଜମା କରି ଦିଆଯାଇଛି । ପରିବହନ ଅଧିକାରୀଙ୍କ ଅନୁସାରେ, ଏହା ରାଜ୍ୟରେ ଦୁଇଚକିଆ ବାହନ ପାଇଁ ଜାରି କରାଯାଇଥିବା ଏପର୍ଯ୍ୟନ୍ତର ସବୁଠୁ ମହଙ୍ଗା ପଞ୍ଜୀକରଣ ନମ୍ବର ହୋଇପାରେ । ସଞ୍ଜୀବ କୁମାର କହିଛନ୍ତି, ସ୍ୱତନ୍ତ୍ର ଓ ଅଭିନବ ନମ୍ବର ସଂଗ୍ରହ କରିବା ତାଙ୍କର ସଉକ । ନୂଆ ସ୍କୁଟର ପାଇଁ ସେ ଏଭଳି ଏକ ଭିଆଇପି ନମ୍ବର ଚାହୁଁଥିଲେ । ତାଙ୍କ ଅନୁସାରେ, ପାସନ୍‌ର କୌଣସି ମୂଲ୍ୟ ନାହିଁ । ଆପଣ ଯେତେବେଳେ କିଛି ଅସାଧାରଣ ଚାହାନ୍ତି, ଟଙ୍କାକୁ ଖାତିର କରନ୍ତି ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.