ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବିଷ ପିଇ ଶାଶୂ-ବୋହୂ ମୃତ, ପୁଅ ଗୁରୁତର

Published By : Suraj Kumar | June 18, 2025 4:47 PM

ବଡମ୍ବା ,୧୮।୬ : ପାରିବାରିକ କଳହର କରୁଣ ପରିଣତି। ଗୋଟିଏ ପରିବାରରୁ ବିଷ ପିଇଲେ ୩ ଜଣ। ବିଷ ପିଇ ଶାଶୂ-ବୋହୂର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛି। ବଡମ୍ବା ବଡବାରସିଂ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା।  ମୃତକ ମାନେ ହେଲେ ଶାଶୁ ନିବାସୀ ସେନାପତି (୫୫) ଏବଂ ବୋହୁ ସଂଙ୍ଗିତା ସେନାପତି (୨୯)।

କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂ ଗ୍ରାମରେ ପାରିବାରିକ କଳହକୁ ନେଇ  ଶାଶୂ ନିବାସୀ ସେନାପତି , ବୋହୁ ସଂଙ୍ଗିତା ସେନାପତି ଓ  ପୁଅ ଭାଗିରଥି ସେନାପତି  ବିଷ ପିଇ ଦେଇଥିଲେ। ପରିବାର ଲୋକ ଏହା ଦେଖି  ସେମାନଙ୍କୁ ଗୁରୁତର ଅବସ୍ଥାରେ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  ସେଠାରେ ଶାଶୁ ବୋହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ  । ପୁଅ ଭାଗିରଥି ଅବସ୍ଥା ଗୁରୁତର ହେବାରୁ ଆଠଗଡ଼ ମେଡ଼ିକାଲ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବଡମ୍ବା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। । ଏନେଇ ବଡ଼ମ୍ବା ଥାନାରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ  କରି  ପୋଲିସ ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି କହିଛନ୍ତି। ତେବେ ବୋହୁ ସଙ୍ଗୀତା ସେନାପତିଙ୍କର ଭାଇ ଶ୍ରୀଧର ସାହୁ ଓ ଶାଶୁ ନିବାସୀ ସେନାପତିଙ୍କର ଭାଇ ଟୁକୁଲା ସେନାପତି ବିଷକ୍ରିୟା ଯୋଗୁ ମୃତ୍ୟୁ ଘଟିଛି ବୋଲି ଥାନାରେ ଏତଲା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.