ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କମ୍ପାନି ମାଟି ମାଡ଼ିନଥିବା କର୍ମଚାରୀଙ୍କୁ ୨୬ ଲକ୍ଷ କ୍ଷତିପୂରଣ, ଅଫର ଲେଟର ଦେଇ କାମ କରିବାକୁ ଦେଇନଥିଲା ଅନୁମତି

Published By : Krishna Priya | June 22, 2025 3:03 PM

ନୂଆଦିଲ୍ଲୀ ୨୨/୦୬: ଅଫିସ୍‌ ଭିତରେ କଦାପି ପ୍ରବେଶ ନ କରି ମଧ୍ୟ ଆବୁଧାବିର ଜଣେ କର୍ମଚାରୀ ୨୬ ଲକ୍ଷ ଟଙ୍କା ଦରମା ପାଇଛନ୍ତି । କମ୍ପାନି ବିରୋଧରେ ଏକ ମାମଲା ଜିତିବା ପରେ କ୍ଷତିପୂରଣ ରୂପେ ସେ ଏହି ରାଶି ପାଇଛନ୍ତି । ନିଯୁକ୍ତି ଚୁକ୍ତିନାମା ପାଳନ କରିବାରେ କମ୍ପାନି ବିଫଳ ହେବାରୁ କମ୍ପାନି ବିରୋଧରେ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କର୍ମଚାରୀ ଜଣକ କମ୍ପାନି ସହ ଏକ ନିଶ୍ଚିତ-ଅବଧି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ, ଯେଉଁଥିରେ ମୂଳ ଦରମା ୭,୨୦୦ ଆରବ ଏମିରେଟ୍ସ ଧିରାମ ଓ ମାସିକ କ୍ଷତିପୂରଣ ପ୍ୟାକେଜ୍‌ ୨୪,୦୦୦ ଆରବ ଏମିରେଟ୍ସ ଧିରାମ ଥିଲା । ଏହି ଚୁକ୍ତିନାମା ନଭେମ୍ବର ୧୧, ୨୦୨୪ରୁ ଏପ୍ରିଲ ୭, ୨୦୨୫ ପର୍ଯ୍ୟନ୍ତ ଥିଲା । କିନ୍ତୁ ବୈଧ ଅଫର ଲେଟର୍‌ ଓ ସମସ୍ତ ଔପଚାରିକତା ସତ୍ତେ୍ୱ କମ୍ପାନି ତାଙ୍କୁ କାମ ଆରମ୍ଭ କରିବାକୁ କଦାପି ଅନୁମତି ଦେଲା ନାହିଁ । 

କର୍ମଚାରୀ ଆବୁଧାବି ଲେବର କୋର୍ଟରେ ମାମଲା ଉପସ୍ଥାପନ କଲେ । କୋର୍ଟଙ୍କ ନିର୍ଦ୍ଦେଶ ତାଙ୍କ ସପକ୍ଷରେ ଗଲା । ନିଯୁକ୍ତି ଚୁକ୍ତିନାମା ଆଇନ ଅନୁସାରେ ବୈଧ ଥାଇ ମଧ୍ୟ କର୍ମଚାରୀଙ୍କୁ ଔପଚାରିକ ରୂପେ କାମରେ ନିଯୁକ୍ତ କରାଯାଇନାହିଁ ବୋଲି କୋର୍ଟ ସ୍ପଷ୍ଟ କଲେ । କୋର୍ଟ ଆହୁରି କହିଲେ, ପାରିଶ୍ରମିକ ରିପୋର୍ଟ, ନିଯୁକ୍ତି ଚୁକ୍ତିନାମା ଓ ତତ୍‌ସମ୍ବନ୍ଧୀୟ ଦସ୍ତାବିଜ୍‌ରୁ ସ୍ପଷ୍ଟ ହେଉଛି ଯେ କର୍ମଚାରୀଙ୍କ କାମ ଆରମ୍ଭରେ ବିଳମ୍ବର କାରଣ କମ୍ପାନି । ତେବେ କମ୍ପାନି କୋର୍ଟରେ ଦାବି କରିଥିଲା ଯେ କର୍ମଚାରୀ ଛୁଟିରେ ଥିଲେ ଏବଂ ଡ୍ୟୁଟିକୁ ଫେରିବା କଥା ରିପୋର୍ଟ କରିନଥିଲେ । କିନ୍ତୁ କୋର୍ଟ ଏହାର କୌଣସି ଔପଚାରିକ ଯାଞ୍ଚ୍‌ମୂଳକ ପ୍ରମାଣ ପାଇଲେ ନାହିଁ । କର୍ମଚାରୀ କମ୍ପାନିରୁ ୮ ଦିନର ଛୁଟି ନେଇଥିବା କଥା ସ୍ୱୀକାର କଲେ । ତେଣୁ ତାଙ୍କର ମୋଟ୍‌ କ୍ଷତିପୂରଣ ଦାବିରୁ ଏହି ଅର୍ଥକୁ କଟାଗଲା । ଶେଷରେ ତାଙ୍କୁ ୪ ମାସ ୧୮ ଦିନ ପାଇଁ ପାରିଶ୍ରମିକ କ୍ଷତିପୂରଣ ମିଳିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.