ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଜାଲରେ ପଡ଼ିଲା ୨୯ଟି ତେଲିଆ ଭୋଳା ମାଛ, ୩୩ ଲକ୍ଷରେ ବିକ୍ରି କଲେ ମତ୍ସ୍ୟଜୀବୀ

Published By : Rasmita Pradhan | June 19, 2025 9:39 AM

ଚନ୍ଦନେଶ୍ଵର, ୧୯/୬ : ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ତେଲିଆ ଭୋଳା ମାଛ। ନନୀ ଗୋପାଳ ଟ୍ରଲରର ଜାଲରେ ୨୯ଟି ତେଲିଆ ମାଛ ଧରାପଡ଼ିଥିଲେ। ଏହି ମାଛ ଗୁଡ଼ିକୁ ୩୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। 

ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ନନୀ ଗୋପାଳ ଭୂୟାଁଙ୍କ ଟ୍ରଲରର ଜାଲରେ ୨୯ଟି ତେଲିଆ ଭୋଳା ମାଛ ଧରା ପଡ଼ିଥିଲେ। ଏହି ମାଛ ଗୁଡ଼ିକୁ ବିକ୍ରି ପାଇଁ ଦୀଘା ମୁହାଣ ନିଲାମ କେନ୍ଦ୍ରକୁ ନିଆଯାଇଥିଲା। ପ୍ରତି ମାଛର ଓଜନ ୨୦ କିଲୋରୁ ଉର୍ଦ୍ଧ୍ଵ ହୋଇଥିବା ବେଳେ ସମୁଦାୟ ୨୯ଟି ମାଛକୁ ୩୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଏହି ମାଛରୁ କ୍ରାକର ଔଷଧ ତିଆରି କରାଯିବା ସହିତ ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନି କରାଯାଏ। ସେଥିପାଇଁ ବଜାରରେ ମାଛର ଚାହିଦା ଅଧିକ ଥାଏ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। 



 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.