ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅପରେସନ୍‌ ସିନ୍ଧୁ ; ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ସୁରକ୍ଷିତ ଫେରିଲେ ୨୯୦ ଭାରତୀୟ

Published By : Ankita S | June 21, 2025 10:52 AM

ନୂଆଦିଲ୍ଲୀ,୨୧/୦୬: ବୋମା ବର୍ଷା, ମିସାଇଲ ମାଡ଼ । ବିମାନବନ୍ଦର ବନ୍ଦ । ଘରୁ ବାହାରିବା ଅସମ୍ଭବ ହୋଇଥାଏ । ପ୍ରତି ମୂହୁର୍ତ୍ତରେ ଭୟ ଭିତରେ ଦିନ କଟୁଥିଲା । ଜୀବନ ଉପରେ ବିପଦ ଆଶଙ୍କା । ଏହାରି ଭିତରେ 'ଅପରେସନ୍‌ ସିନ୍ଧୁ' ଜରିଆରେ ଯୁଦ୍ଧଭୂଇଁ ଇରାନ୍‌ରୁ ଫେରିଛନ୍ତି ୨୯୦ ଭାରତୀୟ । ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଛି ବିମାନ । ପରିବାର ଲୋକଙ୍କୁ ଦେଖିବା ପରେ ଭାବ ବିହ୍ୱଳ ହୋଇଥିଲେ ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଫେରିଥିବା ଭାରତୀୟ । ଆଜି ଆଉ ୨ଟି ବିମାନ ଭାରତୀୟଙ୍କୁ ନେଇ ଆସିପାରେ ।

୯ ଦିନ ହେବ ଜଳୁଛି ମଧ୍ୟପ୍ରାଚ୍ୟ । ଇରାନ୍ ଓ ଇସ୍ରାଏ ମଧ୍ୟରେ ସଂଘର୍ଷ ଲାଗି ରହିଛି । ହଜାର ହଜାର ଭାରତୀୟ ଫସିଛନ୍ତି । ଯୁଦ୍ଧଗ୍ରସ୍ତ ଇରାନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଉଦ୍ଧାର କରିବାକୁ ଭାରତ ସରକାରଙ୍କ 'ଅପରେସନ୍‌ ସିନ୍ଧୁ' ଆରମ୍ଭ ହୋଇଛି । ୩ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନରେ ଫେରିବେ ୧ ହଜାର ଭାରତୀୟ । ଶୁକ୍ରବାର ରାତିରେ ପ୍ରଥମ ବିମାନ ମଶାଦରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି । ୨୯୦ ଭାରତୀୟ ଯୁଦ୍ଧଭୂଇଁ ଇରାନ୍‌ରେ ପହଞ୍ଚିଛନ୍ତି । ଏହି ସମୟରେ ବିମାନବନ୍ଦରରେ ଭାବ ବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ସ୍ୱଦେଶ ଫେରିଥିବା ଛାତ୍ରଛାତ୍ରୀ ବିମାନ ବନ୍ଦରରେ 'ଭାରତ ମାତା କି ଜୟ', 'ହିନ୍ଦୁସ୍ତାନ ଜିନ୍ଦାବାଦ' ନାରା ଦେଇଥିଲେ । ଏହା ଅପରେସନ୍ ସିନ୍ଧୁର ପ୍ରଥମ ପର୍ଯ୍ୟାୟ । ଆଜି (ଶନିବାର) ତୁର୍କମେନିସ୍ତାନର ଆଶଗାବାଟରୁ ଦୁଇଟି ଚାର୍ଟାର୍ଡ ବିମାନ ଦିଲ୍ଲୀରେ ଅବତରଣ କରିବା ଅନୁମାନ କରାଯାଉଛି । ଏହା ପୂର୍ବରୁ ଗୁରୁବାର ୧୧୦ ଭାରତୀୟ ଛାତ୍ରଛାତ୍ରୀ ଇରାନ୍‌ରୁ ଫେରିଥିଲେ । 

ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ଭାରତୀୟ ଦୂତାବାସ ଓ ବୈଦେଶିକ ମନ୍ତ୍ରଣାଳୟ ସମନ୍ବ ୟରେ ଚାଲିଛି । ଇରାନ୍‌ରେ ରହୁଥିବା ଭାରତୀୟଙ୍କୁ ଦୂତାବାସର ଜରୁରୀ ହେଲ୍ପଲାଇନ୍‌ (+98-9128109115, +98-9128109109) ଓ ନୂଆଦିଲ୍ଲୀରେ ଥିବା ୨୪x୭ କଣ୍ଟ୍ରୋଲ ରୁମ୍‌ (+91-11-23012113, +91-9968291988) ଯୋଗାଯୋଗ କରିବାକୁ ପରାମର୍ଶନ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.