ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ

Published By : Harapriya Sethi | June 16, 2025 8:43 AM

ଭୁବନେଶ୍ୱର, ୧୬/୦୬: ଭୁବନେଶ୍ୱର ପାତ୍ରପଡା ଆଳୁ ଗୋଦାମ ନିକଟରେ ସିରିଜ୍‌ ଦୁର୍ଘଟଣା । ବିଳମ୍ବିତ ରାତିରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌ । ଦୁର୍ଘଟଣାରେ ଆହତ ହେଲେ ୩ ଡ୍ରାଇଭର । ସମସ୍ତ ଆହତଙ୍କୁ AIIMSରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି ତଦନ୍ତ କରୁଛି । 

ସୁଚନା ମୁତାବକ, ପାତ୍ରପଡା ଆଳୁ ଗୋଦାମ ନିକଟରେ ରାସ୍ତା ଉପରେ ଏକ ମିନି ଟ୍ରକ୍‌ ଖରାପ ହୋଇ ପଡ଼ି ରହିଥିଲା । ଉକ୍ତ ଟ୍ରକ୍ ପଛରେ ପ୍ରଥମେ ଏକ କଣ୍ଟେନର ଧକ୍କା ହୋଇଥିଲା । କଣ୍ଟେନର ପଛକୁ ଆଉ ୨ ଟି ଟ୍ରକ୍‌ ପିଟି ହୋଇଥିଲା । ଏହି ଦୁର୍ଘଟଣାରେ ୩ ଡ୍ରାଇଭର ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ AIIMS ରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.