ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଜର୍ମାନୀରେ ଅଜବ ସଂକଟ: ୪୨% ବ୍ୟବସାୟ ପରିବାରରେ ଯୋଗ୍ୟ ଉତ୍ତରାଧିକାରୀ ନାହାନ୍ତି

Published By : Prameya | June 14, 2025 3:00 PM

ନୂଆଦିଲ୍ଲୀ,୧୪/୦୬: ଜଣେ ବ୍ୟକ୍ତି ଜୀବନ ଯାକ ପରିଶ୍ରମ କରି ବ୍ୟବସାୟ ସାମ୍ରାଜ୍ୟ ଛିଡ଼ା କରନ୍ତି ଆଉ ଯେତେବେଳେ ବୁଢ଼ା ହୋଇଯାଆନ୍ତି ବ୍ୟବସାୟର ମଙ୍ଗ ଧରିବାକୁ ମିଳନ୍ତିନି ଉପଯୁକ୍ତ ଉତ୍ତରାଧିକାରୀ । ଏଭଳି  ସ୍ଥିତିରେ ତାଙ୍କ କାରବାର ବନ୍ଦ ହେବା ସ୍ଥିତିକୁ ଚାଲିଯାଏ । ଜର୍ମାନିରେ ଏଭଳି ଏକ ଅଜବ ସଂକଟ ଦେଖିବାକୁ  ମିଳୁଛି । ଏ ଦେଶରେ ୪୨%  ବ୍ୟବସାୟ ପରିବାରରେ ଯୋଗ୍ୟ ଉତ୍ତରାଧିକାରୀ ମିଳୁନାହାନ୍ତି ।  

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜର୍ମାନୀର ରୁଡୋଲ୍‌ଫ କିସ୍‌ଲିଙ୍ଗ୍‌  ଏବେ ଅବସର ନେବାକୁ ଚାହାନ୍ତି । ବହୁ ବର୍ଷର କଠିନ ପରିଶ୍ରମ ପରେ ସେ ହିଟିଂ, ଭେଣ୍ଟିଲେସନ ଏବଂ ଏୟାର୍‌ କଣ୍ଡିସନିଂର ବିଶାଳ କାରବାର ଛିଡ଼ା କରିଛନ୍ତି । ତେବେ ତାଙ୍କ ସାମ୍ନାରେ ଏବେ ବଡ଼ ଆହ୍ୱାନ ହେଉଛି ଉତ୍ତରାଧିକାରୀ । ଯୋଗ୍ୟ  ଉତ୍ତରାଧିକାରୀ ପାଉନାହାନ୍ତି ସେ ।  ୬୨ ବର୍ଷୀୟ କିସ୍‌ଲିଙ୍ଗ୍‌ଙ୍କ ପୁଅ ତାଙ୍କ କାରବାରରେ ଆଦୌ ରୁଚି ରଖୁନାହାନ୍ତି।  ସେ ଅନ୍ୟ ପେସାରେ ଅଛନ୍ତି । ଏହି ସମସ୍ୟା କେବଳ କିସ୍‌ଲିଙ୍ଗ୍‌ଙ୍କର  ନାହିଁ, ଦେଶରେ ହଜାର ହଜାର  ବ୍ୟବସାୟୀ ପରିବାରରେ ଉତ୍ତରାଧିକାରୀ  ମିଳୁନାହାନ୍ତି । ଏଭଳି କ୍ଷେତ୍ରରେ ବ୍ୟବସାୟ ବନ୍ଦ ହେବା ଉପରେ  ।  

ଜର୍ମାନୀର ପ୍ରାୟ ୯୯% କମ୍ପାନି  କ୍ଷୁଦ୍ର ଏବଂ ମଧ୍ୟମ(ଏସ୍‌ଏମ୍‌ଇ) ।  ଜର୍ମାନି ଅର୍ଥନୀତିର ଇଞ୍ଜିନ ହେଉଛନ୍ତି  ଏହି ଏମ୍‌ଏସ୍‌ଇ । ଦେଶର ଜିଡିପିରେ  ଏହି କ୍ଷେତ୍ରର ଯୋଗଦାନ ପ୍ରାୟ ଅଧା ।  ଏହାବ୍ୟତୀତ ୬୦% ଲୋକଙ୍କୁ ଏହା  ରୋଜଗାର ଦେଇଥାଏ । ଏଗୁଡ଼ିକୁ  ଘରୋଇ ନିବେଶର ଇଞ୍ଜିନ ବି  କୁହାଯାଇଥାଏ । କିନ୍ତୁ ଉତ୍ତରାଧିକାରୀ  ଅଭାବରୁ ଏହି କମ୍ପାନିଗୁଡ଼ିକର  ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଯାଉଛି । 

ଜର୍ମାନିର ଜନସଂଖ୍ୟା ରିପୋର୍ଟ  କହୁଛି ଯେ, ଏଠାରେ ଅଧା  ଏସ୍‌ଏମ୍‌ଇ ମାଲିକଙ୍କ ବୟସ ୫୫  ବର୍ଷରୁ ଅଧିକ । ଏବେ ସେମାନେ କାର୍ଯ୍ୟରୁ ଅବସର ନେବାକୁ ଚାହାନ୍ତି ।  କିନ୍ତୁ ଯୋଗ୍ୟ ଉତ୍ତରାଧିକାରୀ  ଅଭାବରୁ ସେମାନେ କାର୍ଯ୍ୟମୁକ୍ତ  ହୋଇପାରୁନାହାନ୍ତି । ୟୁରୋପର ସର୍ବବୃହତ୍‌ ଅର୍ଥବ୍ୟବସ୍ଥା ଆଗରେ  ଏହା ଏକ ବଡ଼ ସଂକଟ ଭାବେ ଉଭା  ହୋଇଛି । ବର୍ତ୍ତମାନ ଜର୍ମାନୀ ଦ୍ୱିତୀୟ  ବିଶ୍ୱଯୁଦ୍ଧ ପରର ସବୁଠାରୁ ଲମ୍ବା ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.