ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଶିବାଙ୍ଗୀଙ୍କ ସହ ବ୍ରେକ୍‌ଅପ୍‌ ହୋଇଥିବା ସ୍ପଷ୍ଟ କଲେ କୁଶାଲ, ‘ବଡେ ଅଚ୍ଛେ ଲଗ୍‌ତେ ହେଁ ୪’ର ପ୍ରିମିୟର ପୂର୍ବରୁ ହୋଇଥିଲେ ଅଲଗା

Published By : Krishna Priya | June 16, 2025 9:12 AM

ନୂଆଦିଲ୍ଲୀ ୧୬/୦୬: ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କ ସହ ବ୍ରେକ୍‌ଅପ୍‌ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଅଭିନେତା ତଥା ମଡେଲ କୁଶାଲ ଟଣ୍ଡନ । ଦୀର୍ଘଦିନ ହେଲା ଏହି ଯୋଡ଼ିଙ୍କ ଫଟୋ ଏବଂ ଉଭୟଙ୍କ ସମ୍ପର୍କ ବେଶ୍‌ ଚର୍ଚ୍ଚାରେ ଥିଲା । କିଛିଦିନ ତଳେ ଉଭୟେ ଅଲଗା ହୋଇଥିବା ନେଇ ଗୁଜବ ମଧ୍ୟ ଉଠିଥିଲା । ହେଲେ ଏବେ କୁନାଲ ସେହି ଗୁଜବ ଉପରେ ଷ୍ଟାମ୍ପ୍‌ ମାରିଛନ୍ତି । 

୫ ମାସ ପୂର୍ବରୁ ଦୁହିଁଙ୍କ ସମ୍ପର୍କରେ ବ୍ରେକ୍‌ ଲାଗିଥିବା କୁନାଲ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବେହଦ୍‌, ବରସାତେଁ, ବିଗ୍‌ ବସ୍‌ ଏବଂ ଖତ୍‌ରୋଁ କେ ଖିଲାଡି ଭଳି ଶୋ’ କରିଥିବା କୁନାଲ କିନ୍ତୁ ଏହି ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି । ରବିବାର ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ କୁଶାଲ ଲେଖିଥିଲେ, ତାଙ୍କର ଏବଂ ଶିବାଙ୍ଗୀ ଜୋଶୀଙ୍କ ମଧ୍ୟରେ ୫ ମାସ ପୂର୍ବରୁ ବ୍ରେକ୍‌ଅପ୍‌ ହୋଇସାରିଛି । ସେ ଏବେ ଶିବାଙ୍ଗୀ ସହ ନାହାନ୍ତି । ଅର୍ଥାତ ଟିଭି ସିରିଏଲ ‘ବଡେ ଅଚ୍ଛେ ଲଗ୍‌ତେ ହେଁ ୪’ର ପ୍ରିମିୟର ପୂର୍ବରୁ ହିଁ ଉଭୟେ ଅଲଗା ହୋଇଯାଇଥିଲେ । ତେବେ କୁଶାଲ ଶିବାଙ୍ଗୀଙ୍କଠାରୁ ଅଲଗା ହେବାକୁ କୁଶାଲଙ୍କ ପ୍ରଶଂସକ ପସନ୍ଦ କରୁନାହାନ୍ତି । ଏପରିକି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏଥିପାଇଁ କୁଶାଲଙ୍କୁ ସମାଲୋଚନା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.