ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ସୁଶାନ୍ତ ଏକ ଅଧୁରା କାହାଣୀ...ପାଟନାର ଗୁଲସନ ବଲିଉଡ ଷ୍ଟାରଙ୍କୁ ଝୁରୁଛନ୍ତି ଫ୍ୟାନ୍ସ

Published By : Ankita S | June 14, 2025 11:22 AM

ମୁମ୍ବାଇ,୧୪/୦୬: ଲୋକ ସ୍ବପ୍ନ ଦେଖନ୍ତି । ସ୍ବପ୍ନପୂରଣ କରିବା କଥା କୁହନ୍ତି । ହେଲେ ସେ ସ୍ବପ୍ନ ସତ କରିଥିଲେ । କମ୍‌ ବୟସରେ ନେମ ଫେମ ସବୁ ପାଇଥିଲେ । ଯିଏ କହୁଥିଲେ ମାର୍କ ଜୀବନରେ ଆଗକୁ ନିଏନି ପ୍ରୟାସ ସଫଳ କରାଏ । ବାରମ୍ବାର ହାରିବାର ମଜାରେ ଜିତିବାର ସ୍ୱାଦ ମିଳେ । ଘଟଣା ଥିଲା ୧୪ ଜୁନ୍ ୨୦୨୦ର । ଚହଳ ପଡି ଯାଏ । ବଲିଉଡ଼ ଷ୍ଟାର ଆଉ ନାହାନ୍ତି । ଯାହାଙ୍କ ଫିଲ୍ମ ମେସେଜ ଦିଏ ବିଫଳତା ଶେଷ ବିକଳ୍ପ ନୁହେଁ । ପାଟନାର ଗୁଲସନ ବଲିଉଡର ଷ୍ଟାର ହୋଇଗଲେ । ହେଲେ କଣ ଏମିତି ହେଲା ସେ ଦିନ ହେଲା ଜଣେ ଟ୍ୟାଲେଣ୍ଟକୁ ହରାଇଲା ବଲିଉଡ଼ । ସୁଶାନ୍ତସିଂହ ରାଜପୁତଙ୍କ ଦେହାନ୍ତକୁ ଆଜି ୫ ବର୍ଷ ହୋଇଛି । ତାଙ୍କୁ ମନେ ପକାଇ ଭାବ ବିହ୍ୱଳ ପୋଷ୍ଟ କରିଛନ୍ତି ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ।

ଟିଭିରୁ ବଲିଉଡ଼ ଷ୍ଚାର- ପାଟନାରେ ୧୯୮୬ରେ ଜନ୍ମିତ ସୁଶାନ୍ତ ଟିଭି ସିରିଏଲରୁ ଅଭିୟନ ଦୁନିଆରେ  ପାଦ ଥାପିଥିଲେ । ଭଲ ପାଠ ପଢୁଥିଲେ ହେଲେ ଅଭିନୟ ପାଇଁ ଇଞ୍ଜିନିୟରିଂ ପାଠପଢା ଛାଡିଥିଲେ । ଆକ୍ଟିଙ୍ଗରେ କ୍ୟାରିୟର କରିବାକୁ ମୁମ୍ବାଇ ଚାଲି ଆସିଥିଲେ । 'ପବିତ୍ର ରିସ୍ତା'ରୁ କ୍ୟାରିଅର ଆରମ୍ଭ କରିଥିବା ସୁଶାନ୍ତ ବଲୁଉଡ଼ରେ ଛାଇ ଯାଇଥିଲେ । ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଇଥିଲେ । ୨୦୧୧ରେ 'କାଇ ପୋ ଚେ' ରୁ ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ । ଏହା ପରେ ଏମ୍ 'ଏସ୍ ଧୋନୀ; ଦ ଅନଟୋଲ୍ଡ ଷ୍ଟୋରୀ', କେଦାରନାଥ, ଛିଛୋରେ ପରି ହିଟ୍ ଫିଲ୍ମରେ ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । ୨୦୧୭ରେ ପ୍ରଥମ ଥର ଫୋବର୍ସ ଇଣ୍ଡିଆ ଟିମ୍‌ରେ ୧୦୦ ସେଲିବ୍ରିଟି ଲିଷ୍ଟରେ ସ୍ଥାନ ପାଇଥିଲେ । 'ଦିଲ ବେଚାରା' ତାଙ୍କର ଶେଷ ଫିଲ୍ମ ଥିଲା ।

ଜହ୍ନରେ କିଣିଥିଲେ ଜାଗା- ଅଭିନୟ ସହିତ ତାଙ୍କୁ ଅଷ୍ଟ୍ରୋନୋମିରେ ବି ରୁଚି ରହିଥିଲା । ସେ ପ୍ରଥମ ଅଭିନେତା ଯିଏକି  ଜହ୍ନରେ ଜାଗା କିଣିଥିଲେ । 'ପବିତ୍ର ରିସ୍ତା' ଟିଭି ସିରିଏଲରେ ଅଭିନେତ୍ରୀ ଅଙ୍କିତା ଲୋଖେଣ୍ଡେଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଏହାପରେ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥିଲା । ଯେଉଁଥିରେ କିର୍ତ୍ତୀ ସାନନ, ସାରା ଅଲ୍ଲୀ ଖାନ୍ ଓ ରିୟା ଚକ୍ରବର୍ତ୍ତୀଙ୍କ ନାମ ରହିଛି ।

ଫ୍ଲାଟରୁ ମିଳିଥିଲା ମୃତଦେହ- ୨୦୨୦ ଜୁନ୍‌ ୧୪ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା । ତଦନ୍ତରେ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି କହିଥିଲା ପୁଲିସ । ସେ କିଛି ମାସ ହେବ ଚାପଗ୍ରସ୍ତ ଥିବା ଜଣାପଡିଥିଲା । ସୁଶାନ୍ତଙ୍କ ଦେହାନ୍ତରେ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ଅଭିଯୋଗ ହୋଇଥିଲା । ନିକଟରେ ତାଙ୍କୁ ଏହି ମାମଲାର କ୍ଲିନ୍‌ଚିଟ୍‌ ମିଳିଛି ।

ସୁଶାନ୍ତଙ୍କ ୫ମ ମୂଣ୍ୟତିଥିରେ ତାଙ୍କୁ ମନେ ପକାଇ  ଭାବ ବିହ୍ୱଳ ଭରା ଭିଡିଓ ପୋଷ୍ଟ କରିଛନ୍ତି ଭଉଣୀ ଶ୍ୱେତା ସିଂହ । ସେ ତାଙ୍କ ପୋଷ୍ଟରେ କହିଛନ୍ତି, ମୋ ଭାଇ ସୁଶାନ୍ତକୁ ସବୁ ଦିନେ ମନେ ପକାଏ । ଆଜି ଭାଇର ପଞ୍ଚମ ପୂଣ୍ୟତିଥି । ଜୁନ୍ ୧୪ ୨୦୨୦ରେ ତାର ବିୟୋଗ ପରେ ବହୁତ କିଛି ଘଟିଛି । ସିବିଆଇ କୋର୍ଟକୁ ଏକ ରିପୋର୍ଟ ଦେଇଛି । ମୁଁ ଆଜି କହିବାକୁ ଚାହୁଁଛି କି  କିଛି ବି ହୋଇଯାଉ ହାରିବୁ ନାହିଁ । ଭଗବାନଙ୍କ ଉପରେ ବିଶ୍ୱାସ ଅଛି । ଆମେ ମନେ ରଖିଛୁ କି ଆମ ସାଶାନ୍ତ କାହା ପାଇଁ ଛିଡା ହେଉଥିଲା । ସୁଶାନ୍ତର ହସ, ଆଖିରେ ଛୋଟ ପିଲା ପରି ନୀରିହ ପଣ ଦେଖିବାକୁ ମିଳୁଥିଲା । ଆମ ସୁଶାନ୍ତର ଟାର୍ଗେଟ ଥିଲା ଆମକୁ କର୍ତ୍ତବ୍ୟ କରିବା ଦରକାର ।''

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.