ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ହିନ୍ଦୀରେ ଓଡ଼ିଆ ସିନେମା "ମାମା ୱେଡ୍ସ ପାପା'ର ସ୍ୱତନ୍ତ୍ର ପ୍ରଦର୍ଶନୀ, ଜାତୀୟ ଓଟିଟିରେ ସ୍ଥାନ ପାଇବ

Published By : Prameya | June 13, 2025 9:34 AM

ଭୁବନେଶ୍ୱର,୧୩/୦୬: ଜାତୀୟ  ଓଟିଟିରେ ସ୍ଥାନ ପାଇବ ଓଡ଼ିଆ ସିନେମା  "ମାମା ୱେଡ୍ସ ପାପା' । ୨ ବର୍ଷ ତଳେ  ଏହା ଓଡ଼ିଆ ଭାଷାରେ ରିଲିଜ୍‌ ହୋଇ ଲୋକପ୍ରିୟତା ସାଉଣ୍ଟିଥିଲା । ଦମ୍‌ଦାର୍‌  କାହାଣୀ ଏବଂ ସୁନ୍ଦର ଗୀତ ପାଇଁ  ଚର୍ଚ୍ଚାରେ ରହିଥିଲା । ଏହାର ଗୀତକୁ  ଆଜି ବି ଦର୍ଶକ ଗୁଣୁଗୁଣୁ ହୋଇଥାନ୍ତି ।  ବର୍ତ୍ତମାନ ଏହା ଓଟିଟିରେ ରିଲିଜ୍‌ ହେବାକୁ  ଯାଉଛି । ଯାହା ହିନ୍ଦୀ ଭାଷାରେ ଆସିବ ।  ଏହା ଓଡ଼ିଆ ସିନେମା ପାଇଁ ଗର୍ବର  ବିଷୟ । ତେବେ ତା’ ପୂର୍ବରୁ  ଶୁକ୍ରବାର ୧୩ ତାରିଖ ସନ୍ଧ୍ୟା ୫ଟାରେ  ଭୁବନେଶ୍ୱରର ଏକ ମଲ୍ଟିସ୍କ୍ରିନ୍‌ରେ  ଏହାର ସ୍ୱତନ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ ଯେଉଁଥିରେ ଓଲିଉଡ୍‌ର ବହୁ ପରିଚିତ ଚେହେରା ଯୋଗଦେବାର କାର୍ଯ୍ୟକ୍ରମ  ରହିଛି ।

ଶ୍ରୀହାନ୍‌ ସିନେକ୍ରିଏନ୍ସ ବ୍ୟାନରରେ  ନିର୍ମିତ "ମାମା ୱେଡ୍ସ ପାପା'ର ପ୍ରଯୋଜନା କରିଛନ୍ତି ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି । କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି  ଆପ୍ପୁ କାନୁନ୍‌ଗୋ । ସଙ୍ଗୀତ ଦେଇଛନ୍ତି  ଆସାଦ ନିଜାମ୍‌ । ଚିତ୍ର ଉତ୍ତୋଳନ  କରିଛନ୍ତି ନିରଞ୍ଜନ ଦାଶ । ସିନେମାରେ ବଲିଉଡ୍‌ ଅଭିନେତା କୃଷ୍ଣା ଅଭିଷେକ  ପ୍ରଥମ କରି ଓଡ଼ିଆ ସିନେମାରେ  ଅଭିନୟ କରିଛନ୍ତି । ଅଭିଷେକ ରଥ,  ଋତିଶା, ପ୍ରିୟଙ୍କା ପାଣିଗ୍ରାହୀ, ଜ୍ୟୋତି  ମିଶ୍ର, ଦେବୁ ପଟ୍ଟନାୟକ, ଗୁଡ୍ଡୁ ପ୍ରମୁଖ  ଅଭିନୟ କରିଛନ୍ତି । ଗୋଟିଏ କୁନି  ଝିଅ ତା'ର ପାପା-ମାମାଙ୍କର କିଭଳି  ବାହାଘର କରୁଛି ତାକୁ ନେଇ କାହାଣୀ  ଗତିଶୀଳ ହୋଇଛି । ଓଡ଼ିଆରେ ହଲ୍‌ରେ  ରିଲଜ୍‌ ହେବା ପରେ ପ୍ରଯୋଜନା  ସଂସ୍ଥା ପକ୍ଷରୁ ଏହାକୁ ହିନ୍ଦୀ ଭାଷାରେ ରିଲିଜ୍‌ ପାଇଁ ଯୋଜନା ହୋଇଥିଲା, ଯାହା ସଫଳ ହେବାକୁ ଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.