ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଶେଷରେ ନିର୍ମାଣ ହେଲା ଆଲିଆ-ରଣବୀରଙ୍କ ୨୫୦ କୋଟିର ଡ୍ରିମ୍‌ ହାଉସ୍‌ , ଖୁବ୍‌ ଶୀଘ୍ର ଝିଅ ରାହାଙ୍କ ସହ ଗୃହ ପ୍ରବେଶ

Published By : Krishna Priya | June 9, 2025 1:44 PM

ମୁମ୍ବାଇ ୦୯/୦୬: ଅପେକ୍ଷାର ଅନ୍ତ। ବର୍ଷ ବର୍ଷର ଅପେକ୍ଷା ପରେ, ବଲିଉଡର ପାୱାର କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଡ୍ରିମ୍‌ ହାଉସର ନିର୍ମାଣ ଶେଷ ହୋଇଛି । ରଣବୀରଙ୍କ ସ୍ୱର୍ଗତ ଜେଜେମାଆ କୃଷ୍ଣା ରାଜ କପୁରଙ୍କ ନାମରେ ନିର୍ମିତ ଏହି ଛଅ ମହଲା ବିଶିଷ୍ଟ କୋଠାର ନିର୍ମାଣ କାର୍ଯ୍ୟ ସରିଥିବା ଜଣାପଡ଼ିଛି । ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରୁ ଏହା ସ୍ପଷ୍ଟ ହେଉଛି।

ରଣବୀର କପୁର ଏବଂ ଆଲିଆ ଭଟ୍ଟ ଖୁବ୍ ଶୀଘ୍ର ସେମାନଙ୍କର ନୂଆ ଘରକୁ ସିଫ୍ଟ ହେବାକୁ ଯାଉଛନ୍ତି। ଉଭୟେ ବର୍ତ୍ତମାନ ମୁମ୍ବାଇର ବାସ୍ତୁ ବିଲଡିଂରେ ରହୁଛନ୍ତି। ସେମାନେ ଏହି ଘରେ ବିବାହ ମଧ୍ୟ କରିଛନ୍ତି। କିନ୍ତୁ ଏବେ ଦୁହେଁ ସେମାନଙ୍କର ନୂଆ ଘରକୁ ସିଫ୍ଟ ହୋଇଯିବେ। ଗତ କିଛି ବର୍ଷ ଧରି, ରଣବୀର ଏବଂ ଆଲିଆ ସେମାନଙ୍କ ସ୍ୱପ୍ନର ଘରକୁ ଡିଜାଇନ୍ କରୁଥିଲେ । ନୀତୁ କପୁରଙ୍କ ସହିତ, ଦୁହେଁ ସେମାନଙ୍କର ଘର ନିର୍ମାଣରେ କୌଣସି କସରତ ଛାଡ଼ି ନଥିଲେ। ଦୁହେଁ ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି, ସମୟ ସମୟରେ ଘର ନିର୍ମାଣର ପ୍ରତ୍ୟେକ କାର୍ଯ୍ୟ ଦେଖିବାକୁ ଆସୁଥିଲେ।




ରଣବୀର ଏବଂ ଆଲିଆଙ୍କ ନୂଆ ଘରର ଏକ ଝଲକ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଦମ୍ପତିଙ୍କ ନୂତନ ଘର ସମ୍ପୂର୍ଣ୍ଣ ପ୍ରସ୍ତୁତ। ସବୁଜିମା ଭିତରେ ରହିବାକୁ ସେମାନେ କେତେ ପସନ୍ଦ କରନ୍ତି ତାହା ସେମାନଙ୍କର ଟେରାସ୍, ବାଲକୋନିରେ ଏବଂ ବଗିଚାରେ ଲଗାଯାଇଥିବା ଗଛରୁ ସ୍ପଷ୍ଟ ହେଉଛି। ଏହି ବଙ୍ଗଳାର ମୂଲ୍ୟ ୨୫୦ କୋଟି ଟଙ୍କା ବୋଲି କୁହାଯାଉଛି।

 

 

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.