ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କ୍ୟାଟ୍ରିନା କୈଫ୍ ମାଳଦ୍ବୀପର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର, ପିଏମ୍ ମୋଦିଙ୍କ ଗସ୍ତ ପୂର୍ବରୁ ଘୋଷଣା

Published By : Harapriya Biswal | June 10, 2025 5:17 PM

ନୂଆଦିଲ୍ଲୀ,୧୦।୬: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ହେଲେ ମାଳଦ୍ବୀପର ନୂଆ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର। ପର୍ଯ୍ୟଟନର ବିକାଶ ପାଇଁ କ୍ୟାଟ୍ରିନାଙ୍କୁ ଏହି ଦାୟିତ୍ବ ଦିଆଯାଇଛି।  ମଙ୍ଗଳବାର ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ସୂଚନା ମିଳିଛି। ସବୁଠାରୁ ବଡ଼ କଥା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଏଭଳି ଏକ ଘୋଷଣା କରାଯାଇଛି। 

ମାଳଦ୍ବୀପରେ ‘ସନି ସାଇଡ୍ ଅଫ୍ ଲାଇଫ୍‌’ର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ହେବା ନେଇ କ୍ୟାଟ୍ରିନା କହିଛନ୍ତି, ମାଳଦ୍ବୀପ ପ୍ରାକୃତିକ  ସୁନ୍ଦରତାର ପ୍ରତୀକ। ସେଠାରେ ଖୁବ୍ ଶାନ୍ତି ମିଳିଥାଏ। ମୁଁ ଏହାର ବ୍ରାଣ୍ଡ ଆମ୍ବାସଡର ହୋଇଥିବାରୁ ଗର୍ବିତ। ଏହି ସହଯୋଗ ଦୁନିଆର ସବୁ ଲୋକଙ୍କ ପାଇଁ ସୁନ୍ଦର ଯାତ୍ରାର ଅନୁଭବ ଆଣିବ। ମୁଁ ଉତ୍ସାହିତ ଯେ, ମାଳଦ୍ବୀପର ଅଦ୍ଭୁତ ଆକର୍ଷଣ ଓ ବିଶ୍ବ ସ୍ତରୀୟ ଅନୁଭବ ସମସ୍ତଙ୍କ ଆଗକୁ ଆଣିପାରିବି।’ 

ମାଳଦ୍ୱୀପ ମାର୍କେଟିଂ ଏବଂ ପବ୍ଲିକ ରିଲେସନସ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଥୋୟିବ ମହମ୍ମଦ କହିଛନ୍ତି, କ୍ୟାଟ୍ରିନା କୈଫଙ୍କୁ ଆମର ବିଶ୍ୱସ୍ତରୀୟ ବ୍ରାଣ୍ଡ ଆମ୍ବାସାଡର ଭାବରେ ପାଇ ବହୁତ ଗର୍ବିତ। ଲୋକପ୍ରିୟତା ସହ ଗ୍ଲୋବାଲ ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରୀରେ ତାଙ୍କର ଇନଫ୍ଲୁଏନ୍ସ କାରଣରୁ ଆମକୁ ନିଶ୍ଚିତ ଭାବରେ ବିଶ୍ୱର ବିଭିନ୍ନ ସ୍ଥାନରୁ, ବିଶେଷକରି ଭାରତରୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିବାରେ ସାହାଯ୍ୟ ମିଳିବ।’ ଉଲ୍ଲେଖନୀୟ ଯେ, ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦ୍ବୀପ ଗସ୍ତର ଏକ ମାସ ପୂର୍ବରୁ ନିଆଯାଇଛି। ଗତ   ବର୍ଷ ଆରମ୍ଭରୁ ଭାରତ ଓ ମାଳଦ୍ବୀପ ଭିତରେ ସମ୍ପର୍କ ଖରାପ ହୋଇଥିଲା। ଏବେ ସବୁକିଛି ଠିକ୍  ହେବା ପରେ ଦୁଇ ଦେଶ ଭିତରେ ପୁଣିଥରେ ମଧୁର ସମ୍ପର୍କ ତିଆରି ହେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.