ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଅହମ୍ମଦାବାଦ ବିମାନ ଦୁର୍ଘଟଣା; ୧୧ଏ ସିଟ୍‌କୁ ପସନ୍ଦ କରନ୍ତିନି ଯାତ୍ରୀ, ଏହା ରମେଶଙ୍କୁ ବଞ୍ଚେଇ ଦେଲା...

Published By : Ankita S | June 13, 2025 11:26 AM

ଅହମ୍ମଦାବାଦ,୧୩/୦୬: ‘ରଖେ ହରି, ମାରେ କିଏ’। ଅହମ୍ମଦାବାଦ ବିମାନ ଦୁର୍ଘଟଣାରୁ ଏହା ପ୍ରମାଣିତ ହୋଇଛି । ମୋଟ ୨୪୨ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣ ପ୍ରାଣ ହରାଇଛନ୍ତି । ଆଶ୍ଚର୍ଯ୍ୟଜନକ ରୂପେ ବର୍ତ୍ତିଯାଇଛନ୍ତି ରମେଶ ବିଶ୍ୱାସ କୁମାର । ମୃତ୍ୟୁପଞ୍ଝାରୁ ସେ ମୁକୁଳି ଆସିଛନ୍ତି । କେମିତି ବଞ୍ଚିଗଲେ ରମେଶ ? ଏହା ବୋଧ ହୁଏ ଭଗବାନଙ୍କ ଆଶୀର୍ବାଦ । 

କେମିତି ବଞ୍ଚିଲେ ରମେଶ- ବୋଇଙ୍ଗ୍ ୭୮୭ ଡ୍ରିମ୍‌ଲାଇଟ୍ (ଏଆଇ ୧୭୧) ୧୧ ଏ ସିଟ୍‌ରେ ବସିଥିବା ବିଶ୍ୱାସ ରମେଶ ବଞ୍ଚିବା ସମସ୍ତଙ୍କୁ ଚକିତ କରିଛି । ଅନେକ ସମୟରେ ୧୧ଏ ସିଟ୍‌କୁ ପସନ୍ଦ କରନ୍ତି ନାହିଁ ଯାତ୍ରୀ । ରମେଶଙ୍କ ସିଟ୍ ନମ୍ବର ୧୧ଏ ଥିଲା । ଗତବର୍ଷ ଜଣେ ଫ୍ଲାଇଟ୍ ଆଟେଡାଣ୍ଟ କହିଥିଲେ ୧୧ଏ ଏବଂ ୧୧ ଏଫ ସିଟ୍‌ରେ ବସିଥିବା ଯାତ୍ରୀ ସୁରକ୍ଷିତ ରହିଥାନ୍ତି । କାରଣ ଏହା ପ୍ଲେନ୍‌ର ମଧ୍ୟଭାଗରେ ରହିଥାଏ । ତେଣୁ କୌଣସି ଅଘଟଣ ହେଲେ ବିମାନକୁ ବାହାରିବା ସୁଯୋଗ ମିଳିଥାଏ । ଦୁଇସିଟ୍ ଝରକା ପରି ହୋଇଥାଏ ।

୪୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍‌ ନାଗରିକ ରମେଶ ଗୁଜରାଟରେ ରହୁଥିବା ନିଜ ପରିବାର ଲୋକଙ୍କୁ ଭେଟିବାକୁ ଭାରତ ଆସିଥିଲେ । ଗୁରୁବାର ଲଣ୍ଡନ ଫେରୁଥିବାବେଳେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ ।  ରମେଶ ଏୟାର ଇଣ୍ଡିଆ ବିମାନର ସିଟ୍‌ ନମ୍ବର ୧୧-ଏରେ ବସିଥିଲେ । ନିଜର ଲୋମଟାଙ୍କୁରା ଅନୁଭୂତିକୁ ବଖାଣି ସେ କହିଛନ୍ତି, ଟେକ୍‌- ଅଫ୍‌ର ୩୦ ସେକେଣ୍ଡ ପରେ ବିମାନଟି ଜୋରଦାର ଶବ୍ଦ ସହିତ ଦୁର୍ଘଟଣାଗ୍ରସ୍ତ ହେଲା । ତାଙ୍କର ଚେତା ଫେରିବା ବେଳକୁ ଚାରିପଟେ ମୃତଦେବ ପଡ଼ିଥିଲା । ରମେଶଙ୍କ ଛାତି, ଆଖି ଓ ପାଦରେ ଗୁରୁତର ଆଘାତ ଲାଗିଥିବାବେଳେ ଶରୀରର ଅନ୍ୟ ଭାଗରେ ସାମାନ୍ୟ କ୍ଷତ ରହିଛି । ପାଦରେ କ୍ଷତ ଯୋଗୁ ସେ ସାମାନ୍ୟ ଛୋଟେଇ ଚାଲୁଥିବା କିଛି ଭିଡିଓରେ ଦେଖିବାକୁ ମିଳିଛି ।

ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ AI-787 ଦୁର୍ଘଟଣା ହୋଇଥିଲା । ଏହି ଭୟଙ୍କର ବିମାନ ଦୁର୍ଘଟଣା ପୂରା ଦେଶକୁ ସ୍ତବ୍ଧ କରି ଦେଇଛି । ବିମାନରେ ଥିବା ୨୪୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସେପଟେ ହସ୍ପିଟାଲରେ ରମେଶଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.