ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଅହମଦାବାଦ ବିମାନ ଦୁର୍ଘଟଣା; ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଶି ଦେବ ଟାଟା ଗ୍ରୁପ୍

Published By : Bijay Swain | June 12, 2025 10:05 PM

ଅହମଦାବାଦ: ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବୋଇଂ 787-8 ଡ୍ରିମଲାଇନର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରକୁ ଟାଟା ଗ୍ରୁପ୍ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି। ଗୁରୁବାର ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦରରୁ ଲଣ୍ଡନ ଗାଟଉଇକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ AI171 ଟେକ୍-ଅଫ୍ କରିବାର କିଛି ମିନିଟ ମଧ୍ୟରେ ମେଘାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଯେଉଁଥିରେ ୨୩୦ ଜଣ ଯାତ୍ରୀ ଓ ୧୨ ଜଣ କ୍ରୁ ସଦସ୍ୟ ଥିଲେ।

ଟାଟା ସନ୍ସ ଚେୟାରମ୍ୟାନ ଏନ. ଚନ୍ଦ୍ରଶେଖରନ ଏନେଇ ଏକ ବିବୃତି ଜାରି କରି କହିଛନ୍ତି ଯେ, “ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୭୧ ଦୁର୍ଘଟଣା ଏକ ବିପର୍ଯ୍ୟୟଜନକ ଘଟଣା। ଏହି ଦୁଃଖଦ ମୁହୂର୍ତ୍ତରେ ଆମେ ମୃତକଙ୍କ ପରିବାର ଓ ପ୍ରିୟଜନଙ୍କ ସହ ରହିଛୁ। ଆମେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ କରିବୁ। ଏହା ସହ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ଏବଂ ସେମାନଙ୍କୁ ଆବଶ୍ୟକୀୟ ଯତ୍ନ ଓ ସହାୟତା ଯୋଗାଇ ଦିଆଯିବ।”

ଏହି ବିମାନ ଦୁର୍ଘଟଣା ବି.ଜେ. ମେଡିକାଲ କଲେଜର ଡାକ୍ତରୀ ହଷ୍ଟେଲ ଉପରେ ଘଟିଥିଲା। ଯାହା ଫଳରେ ତିନି ଜଣ MBBS ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଏବଂ ପ୍ରାୟ ୪୫ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଇଣ୍ଡିଆନ ମେଡିକାଲ ଆସୋସିଏସନର ଗୁଜରାଟ ଶାଖା ସୂଚନା ଦେଇଛି। ଟାଟା ଗ୍ରୁପ୍ ମଧ୍ୟ ଏହି କ୍ଷତିଗ୍ରସ୍ତ ହଷ୍ଟେଲ ପୁନର୍ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି।

ବିମାନଟି ଟେକ୍-ଅଫ୍ ପରେ ମାତ୍ର ୬୨୫ ଫୁଟ ଉଚ୍ଚତାରେ ଥିବାବେଳେ ସିଗନାଲ ହରାଇଥିଲା ଏବଂ ଏକ ମେଡେ ସଂକେତ ପଠାଇଥିଲା। କିନ୍ତୁ ଏହା ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିମାନଟିରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ, ୭ ଜଣ ପର୍ତ୍ତୁଗୀଜ ଏବଂ ୧ ଜଣ କାନାଡୀୟ ନାଗରିକ ଥିଲେ। ଏହି ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ବିଜେପି ସଭାପତି ସି.ଆର. ପାଟିଲ ନିଶ୍ଚିତ କରିଛନ୍ତି।

ଏୟାର ଇଣ୍ଡିଆ ପକ୍ଷରୁ ମୃତକଙ୍କ ପରିବାର ଓ ଆହତମାନଙ୍କୁ ସହାୟତା ପାଇଁ ଦିଲ୍ଲୀ ଓ ମୁମ୍ବାଇରୁ ଅହମ୍ମଦାବାଦକୁ ସ୍ୱତନ୍ତ୍ର ରିଲିଫ ଫ୍ଲାଇଟ୍ ପରିଚାଳନା କରାଯାଉଛି। ଏହା ସହ ଏକ ହେଲପଲାଇନ ନମ୍ବର ୧୮୦୦ ୫୬୯୧ ୪୪୪ ଏବଂ ବିଦେଶୀ ନାଗରିକଙ୍କ ପାଇଁ +୯୧ ୮୦୬୨୭୭୯୨୦୦ ଜାରି କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ “ହୃଦୟବିଦାରକ” ବୋଲି ବର୍ଣ୍ଣନା କରିଛନ୍ତି ଏବଂ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଯୋଗାଯୋଗ ରଖି ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍ ବକ୍ସ ଓ ଫ୍ଲାଇଟ ରେକର୍ଡ ସଂଗ୍ରହ କରାଯାଉଥିବା ନେଇ ଖବର ରହିଛି।

ଏହି ଦୁର୍ଘଟଣା ବୋଇଂ 787 ଡ୍ରିମଲାଇନରର ପ୍ରଥମ ଦୁର୍ଘଟଣା ଭାବେ ଚିହ୍ନିତ ହୋଇଛି। ଯାହା ୨୦୧୧ ମସିହାରୁ ବାଣିଜ୍ୟିକ ଉଡ଼ାଣ ଆରମ୍ଭ କରିଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ବୋଇଂ, DGCA ଓ ଆନ୍ତର୍ଜାତୀୟ ବିମାନ ନିୟନ୍ତ୍ରଣ ସଂସ୍ଥାଗୁଡ଼ିକ ମିଳିତ ଭାବେ ତଦନ୍ତ କରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.