ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ

Published By : Ankita S | June 13, 2025 8:00 AM

ମୁମ୍ବାଇ,୧୩/୦୬: ବଲିଉଡ଼ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କର ଦେହାନ୍ତ ହୋଇଛି । ମାତ୍ର ୫୩ ବର୍ଷ ବୟସରେ ସଞ୍ଜୟଙ୍କର ନିଧନ ହୋଇଥିବା ଜଣାପଡ଼ିଛି । ପୋଲୋ ଖେଳିବା ବେଳେ ତାଙ୍କର ହୃଦଘାତ ହୋଇଥିବା ଜଣାପଡିଛି । ୨୦୦୩ରେ କରିସ୍ମା କପୁରଙ୍କୁ ବିବାହ କରିଥିଲେ ସଞ୍ଜୟ ।

୫୩ ବର୍ଷୀୟ ସଞ୍ଜୟ କପୁରଙ୍କର ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି । ଇଂଲଣ୍ଡର ଗାର୍ଡ୍ସ ପୋଲୋ କ୍ଲବରେ ତାଙ୍କର ଦେହାନ୍ତ ହୋଇଛି । ପୋଲୋ ଖେଳିବା ସମୟରେ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିବା କୁହାଯାଉଛି । ଖେଳିବା ସମୟରେ ସେ ଅସୁସ୍ଥ ଅନୁଭବ କରି ତଳେ ପଡିଯାଇଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେତେବେଳକୁ ତାଙ୍କର ଦେହାନ୍ତ ହୋଇସାରିଥିଲା । ଗୁରୁବାର ଅହମ୍ମଦାବାଦରେ ହୋଇଥିବା ଭୟାନକ ପ୍ଲେନ କ୍ରାସ୍‌କୁ ନେଇ ଦୁଃଖ ପ୍ରକାଶ କରିଥିଲେ ସଞ୍ଜୟ କୁପର । ସେ ତାଙ୍କ ଏକ୍ସ ଆକାଉଣ୍ଟରେ କହିଥିଲେ, ''ଏୟାରଇଣ୍ଡିଆ ବିମାନ ଦୁର୍ଘଟଣା ବହୁତ ଭୟାନକ । ସମସ୍ତ ମୃତକଙ୍କୁ ମୋର ଶ୍ରଦ୍ଧାଞ୍ଜଳି ତାଙ୍କ ପରିବାରକୁ ଗଭୀର ସମବେଦନା ।'' ହେଲେ କିଏ ଜାଣିଥିଲା ବିମାନ ଦୁର୍ଘଟଣାର କିଛି ଘଣ୍ଟା ପରେ ସଞ୍ଜୟ କପୁରଙ୍କର ବିୟୋଗ ହେବ ବୋଲି ।

ସଞ୍ଜୟ କପୁର ଜଣେ ବ୍ୟବସାୟୀ । ୨୦୦୩ରେ ସେ ଅଭିନେତ୍ରୀ କରିସ୍ମା କପୁରଙ୍କୁ ବିବାହ କରିଥିଲେ । କରିସ୍ମାଙ୍କ ସହିତ ତାଙ୍କର ବିବାହ ବେଶୀ ଦିନ ରହିନଥିଲା । ୨୦୧୬ରେ ସେମାନଙ୍କର ଛାଡପତ୍ର ହୋଇଥିଲା । କରିସ୍ମାଙ୍କୁ ଛାଡପତ୍ର ଦେବା ପରେ ସେ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ରହିଛି । ସୋନା କୋମଷ୍ଟାରର ଅଧ୍ୟକ୍ଷ ଥିଲେ ସଞ୍ଜୟ କପୁର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.