ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

୪ ବର୍ଷ ପରେ ଆହାନଙ୍କ ବଲିଉଡ୍‌ କମ୍‌ବ୍ୟାକ୍‌, ଆକ୍ସନ୍‌ ଥ୍ରିଲରରେ ଆସିବେ ନଜର

Published By : Krishna Priya | June 9, 2025 8:18 AM

ମୁମ୍ବାଇ ୦୯/୦୬: ୨୦୨୧ରେ ‘ତଡ଼ପ୍‌’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିଥିଲେ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀ । ସେହି ଫିଲ୍ମରେ ତାଙ୍କ ବିପକ୍ଷରେ ତାରା ସୁତାରିଆ ସ୍କ୍ରିନ୍‌ ସେୟାର କରିଥିଲେ । ଯଦିଓ ଫିଲ୍ମଟି ବକ୍ସ ଅଫିସ୍‌ରେ ସେଭଳି କିଛି ଯାଦୁ ଦେଖାଇ ପାରିନଥିଲା ତେବେ ସେଥିରେ ଆହାନଙ୍କର ଅଭିନୟକୁ ସମାଲୋଚକମାନେ ପ୍ରଶଂସା କରିଥିଲେ । ଏପରିକି ଶ୍ରେଷ୍ଠ ନବାଗତ ଭାବେ ସେ ଦୁଇଟି ପୁରସ୍କାର ବି ପାଇଥିଲେ । ତାର ଦୀର୍ଘ ୪ ବର୍ଷ ପରେ ଆହାନ ପୁଣି ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି ।

ଆଗକୁ ତାଙ୍କୁ ଏକ ଆକ୍ସନ୍‌ ଥ୍ରିଲରରେ ଦେଖିବାକୁ ମିଳିବ । ଲୋକପ୍ରିୟ ବଙ୍ଗଳା ଫିଲ୍ମନିର୍ମାତା ବିର୍ସା ଦାସଗୁପ୍ତା ତାର ନିର୍ଦ୍ଦେଶନା ଦେବେ ବୋଲି ଖବର ମିଳିଛି । ଶିବାଶିଷ ସରକାର ଓ ରିଭୁ ଦାସଗୁପ୍ତା ପ୍ରଯୋଜନାରେ ରହିବେ । ଅକ୍ଟୋବରରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ । ଏଥିରେ ଆହାନଙ୍କର ଦମଦାର୍‌ ଆକ୍ସନ୍‌ ତାଙ୍କ କ୍ୟାରିୟରକୁ ଏକ ନୂଆ ଦିଗ ଦେବ ବୋଲି କୁହାଯାଉଛି । ଏହି ଫିଲ୍ମ ବ୍ୟତୀତ ଆହାନଙ୍କ ନିକଟରେ ବହୁଚର୍ଚ୍ଚିତ ଫିଲ୍ମ ‘ବର୍ଡର’ର ସିକ୍ୱେଲ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.