ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଇଣ୍ଡଷ୍ଟ୍ରିରେ ପାରିଶ୍ରମିକକୁ ନେଇ ପ୍ରଶ୍ନ ଉଠାଇଲେ ୱାମିକା, କହିଲେ-ମହିଳାଙ୍କୁ ମିଳୁଛି କମ୍‌ ଫି’

Published By : Krishna Priya | June 8, 2025 9:14 AM

ମୁମ୍ବାଇ ୦୮/୦୬: ଫିଲ୍ମ ଇଣ୍ଡଷ୍ଟ୍ରିରେ ପାରିଶ୍ରମିକରେ ବଡ଼ ତାରତମ୍ୟ ରହିଛି । ଏକ ସାକ୍ଷାତକାରରେ ଏହା କହିଛନ୍ତି ‘ଭୂଲ୍‌ ଚୁକ୍‌ ମାଫ୍‌’ ନାୟିକା ୱାମିକା ଗବ୍ୱି । ତାଙ୍କୁ ପଚରାଯାଇଥିଲା, ଫିଲ୍ମ ଫ୍ଲପ୍‌ ହେଲେ ମଧ୍ୟ ପୁରୁଷ କଳାକାରଙ୍କ ପାରିଶ୍ରମିକ କାହିଁକି କମେ ନାହିଁ । ଅନ୍ୟପକ୍ଷେ, ମହିଳା କଳାକାର ସର୍ବଦା ସମାଲୋଚନା ଓ ପାରିଶ୍ରମିକ କାଟ ଭଳି ବୋଝର ସମ୍ମୁଖୀନ ହୁଅନ୍ତି । ୱାମିକା କହିଲେ, ଇଣ୍ଡଷ୍ଟ୍ରିରେ ପାରିଶ୍ରମିକରେ ତାରତମ୍ୟ ରହିଛି । ପୁରୁଷ ସାଥୀ କଳାକାରଙ୍କ ତୁଳନାରେ ମହିଳାଙ୍କୁ କମ୍‌ ପାରିଶ୍ରମିକ ମିଳୁଛି । 

ୱାମିକା କହିଛନ୍ତି, ପାରିଶ୍ରମିକରେ ତାରତମ୍ୟ ତାଙ୍କୁ ବିଚଳିତ କରେ ନାହିଁ । କିନ୍ତୁ ଏହି ଭାବନା ତାଙ୍କର ବି ଅଛି ଯେ ଜଣେ ମହିଳା ଭାବେ ତାଙ୍କୁ କମ୍‌ ପାରିଶ୍ରମିକ ମିଳିବ । ତାଙ୍କ କହିବା ଅନୁସାରେ, ଜଣେ ପୁରୁଷ କଳାକାର ଥିଏଟରକୁ ଅଧିକ ଦର୍ଶକ ଟାଣିପାରନ୍ତି କିନ୍ତୁ ଜଣେ ନାୟିକାଙ୍କ ବିନା ଫିଲ୍ମ ହୋଇପାରିବ ନାହିଁ । ବେଳେବେଳେ ନିର୍ମାତା ପ୍ରଚୁର ଅର୍ଥ ଦେଇ ହିରୋକୁ କାଷ୍ଟ୍‌ କରନ୍ତି । କିନ୍ତୁ ଫିଲ୍ମ ଭଲ ନ ଚାଲିଲେ ସେମାନଙ୍କ ପାରିଶ୍ରମିକ କଟାଯାଏ ନାହିଁ । ତା’ର କାରଣ ସେ ବୁଝିପାରନ୍ତି ନାହିଁ । ପାରିଶ୍ରମିକ ତାରତମ୍ୟ ଦୂର କରିବାକୁ ୱାମିକା ବ୍ୟକ୍ତିଗତ ଭାବେ ଲଢ଼େଇ କରୁଛନ୍ତି ବୋଲି କହିଛନ୍ତି । ନିକଟରେ ମୁକ୍ତିପ୍ରାପ୍ତ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ଭୂଲ୍‌ ଚୁକ୍‌ ମାଫ୍‌’ରେ ରାଜକୁମାର ରାଓଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ୱାମିକା । ‘ଦିଲ୍‌ କା ଦରୱାଜା ଖୋଲ୍‌ ନା ଡାର୍ଲିଂ’, ‘ଭୂତ୍‌ ବଙ୍ଗ୍‌ଲା’ ଓ ‘ଗୁଡାଚାରୀ୨’ରେ ସେ ନଜର ଆସିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.