ମୁମ୍ବାଇ ୧୩/୦୬: ଫିଲ୍ମ ‘ବେବି ଜନ୍’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିବା ପରେ ତାମିଲ ସିନେ ପରଦାକୁ ଫେରିଛନ୍ତି କୀର୍ତ୍ତି ସୁରେଶ । ଆକ୍ସନ୍ କମେଡି ‘ରିଭଲଭର୍ ରିଟା’ରେ ସେ ନଜର ଆସିବେ । ଫିଲ୍ମଟି ଆସନ୍ତା ଅଗଷ୍ଟ ୨୭ରେ ସିନେମାଘରକୁ ଆସିବ । ଏକ୍ସରେ ଫିଲ୍ମର ଏକ ନୂଆ ପୋଷ୍ଟର୍ ସେ ଶେୟାର କରିଛନ୍ତି । ଏଥିସହ ରିଲିଜ୍ ତାରିଖ ବି ଶେୟାର କରିଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି ‘ରିଟା ରିଲିଜ୍ ପାଇଁ ପ୍ରସ୍ତୁତ’ । ନୂଆ ପ୍ରୋମୋ ଭିଡିଓ ମଧ୍ୟ କୀର୍ତ୍ତି ଜାରି କରିଛନ୍ତି, ଯେଉଁଥିରେ ଫିଲ୍ମର ଷ୍ଟାର୍କାଷ୍ଟ୍ଙ୍କ ଝଲକ୍ ରହିଛି ।
୨୦୨୪, ଅକ୍ଟୋବରରେ ଫିଲ୍ମର ଟିଜର୍ ରିଲିଜ୍ ହୋଇଥିଲା, ଯାହା କୀର୍ତ୍ତିଙ୍କୁ ପୂରା ଆକ୍ସନ୍ ମୋଡ୍ରେ ଦେଖାଇଥିଲା । ଏଥିରେ କମେଡି ଟାଇମିଂ ସହିତ ଦମ୍ଦାର ଆକ୍ସନ୍ ସେ କରିଛନ୍ତି । ଜେକେ ଚନ୍ଦରୁଙ୍କ ନିର୍ଦ୍ଦେଶିତ ‘ରିଭଲଭର୍ ରିଟା’ କୀର୍ତ୍ତିଙ୍କ ନୂଆ ଲୁକ୍ ଓ ଚମତ୍କାର ପ୍ରଦର୍ଶନର ପ୍ରତିଶ୍ରୁତି ଦେଇଛି । ହିନ୍ଦୀ ଫିଲ୍ମ ‘ବେବି ଜନ୍’ରେ ବରୁଣ ଧୱନଙ୍କ ସହ ଶେଷ ଥର ବଡ଼ ପରଦାରେ ନଜର ଆସିଥିଲେ କୀର୍ତ୍ତି । ତାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଅଛି ୟଶ ରାଜ ଫିଲ୍ମସ ପ୍ରଡକ୍ସନ୍ର ‘ଆକ୍କା’ । ଏହା ଜରିଆରେ ସେ ଓଟିଟିରେ ଡେବ୍ୟୁ କରିବେ । ଗଣେଶ ରାଜଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କନ୍ନାଭେଦି’ରେ ମଧ୍ୟ ସେ ନଜର ଆସିବେ।