ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଅକ୍ଷୟ କୁମାରଙ୍କ ଫିଲ୍ମ 'ହାଉସଫୁଲ ୫' ରିଲିଜର କମିଲା କ୍ରେଜ୍,ଏତିକି କରିଛି କଲେକ୍ସନ

Published By : Anindita Ratha | June 15, 2025 9:22 AM

ମୁମ୍ବାଇ,୧୫/୬:ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶିତ "ହାଉସଫୁଲ ୫" ଗତ ୬ତାରିଖରେ ରିଲିଜ ହୋଇଛି। ଏହି ଫିଲ୍ମ ମାତ୍ର ୪ ଦିନରେ ୧୦୦କୋଟି ଟଙ୍କା ଅତିକ୍ରମ କରିଥିଲା କିନ୍ତୁ ଏବେ ଏହାର ହ୍ରାସ ପାଇଛି  ରୋଜଗାର। ରିପୋର୍ଟ ଅନୁଯାୟୀ,ସାରା ବିଶ୍ୱରେ କଲେକ୍ସନ ବିଷୟରେ କହିବାକୁ ଗଲେ,ନିର୍ମାତାମାନେ ସେମାନଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ସଂଖ୍ୟା ସେୟାର କରିଛନ୍ତି । ଯାହା ଅନୁଯାୟୀ ଗୋଟିଏ ସପ୍ତାହରେ ଫିଲ୍ମର ସାରା ବିଶ୍ୱରେ କଲେକ୍ସନ ୧୯୧.୭୩ କୋଟି ଟଙ୍କା ପହଞ୍ଚିଛି । 

ଅଷ୍ଟମ ଦିନରେ ଫିଲ୍ମଟି ଏପର୍ଯ୍ୟନ୍ତ କେବଳ ୬ କୋଟି ଟଙ୍କା ଆୟ କରିଛି । ଏହା ସହ ମୋଟ କଲେକ୍ସନ ୧୩୩.୨୫ କୋଟି ଟଙ୍କାରେ ପହଞ୍ଚିଛି । ତେବେ ହାଉସଫୁଲ ୫ ହେଉଛି ହାଉସଫୁଲ ଫ୍ରାଞ୍ଚାଇଜର ପଞ୍ଚମ ଫିଲ୍ମ । ଏହା ଏକ ଲଗଜରୀ କ୍ରୁଜ୍ ଜାହାଜ ଉପରେ ଆଧାରିତ । ଏହି ଜାହାଜରେ ଜଣେ କୋଟିପତିଙ୍କୁ ରହସ୍ୟମୟ ଭାବରେ ହତ୍ୟା କରାଯାଇଛି । ଏହା ପରେ, ହତ୍ୟାକାରୀଙ୍କୁ ଖୋଜିବା ସମୟରେ ବହୁତ କମେଡି ଏବଂ ଡ୍ରାମା ଦେଖିବାକୁ ମିଳେ । ମଜାଦାର କଥା ହେଉଛି ଫିଲ୍ମରେ ଦୁଇଟି ଭିନ୍ନ କ୍ଲାଇମାକ୍ସ ଅଛି, ହାଉସଫୁଲ  ୫ଏ ଏବଂ ହାଉସଫୁଲ ୫ବି । ଉଭୟରେ କ୍ଲାଇମାକ୍ସ ଭିନ୍ନ ଭାବରେ ଦେଖାଯାଇଛି, ଯାହା ଯୋଗୁଁ ଦର୍ଶକ ଉତ୍ସାହର ସହିତ ଫିଲ୍ମ ଦେଖିବାକୁ ଯାଉଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.