ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ହିନ୍ଦୀ ଭାଷାରେ ଓଡ଼ିଆ ଫିଲ୍ମ "ମାମା ୱେଡ୍ସ ପାପା'ର ସ୍ୱତନ୍ତ୍ର ପ୍ରଦର୍ଶନୀ, ଆଗକୁ ଓଟିଟିରେ ହେବ ରିଲିଜ୍

Published By : Prameya | June 14, 2025 2:31 PM

ଭୁବନେଶ୍ୱର ୧୪/୦୬: ଜାତୀୟ ଓଟିଟିରେ ସ୍ଥାନ ପାଇବା ପୂର୍ବରୁ ହିନ୍ଦୀ ଭାଷାରେ ଓଡ଼ିଆ ସିନେମା "ମାମା ୱେଡ୍ସ  ପାପା'ର ସ୍ୱତନ୍ତ୍ର ପ୍ରଦର୍ଶନୀ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ମଲ୍ଟିସ୍କ୍ରିନ୍‌ରେ  ଅନୁଷ୍ଠିତ ହୋଇଛି । ଯେଉଁଥିରେ ଓଲିଉଡ୍‌ର ବହୁ ପରିଚିତ ଚେହେରା ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ସିନେମାର ପ୍ରଶଂସା କରିଛନ୍ତି । ଏହା ଜାତୀୟ ସ୍ତରୀୟ ଓଟିଟିରେ  ମଧ୍ୟ ଲୋକପ୍ରିୟତା ସାଉଁଟିବ ବୋଲି ଆଶା ରଖିଛନ୍ତି। ପ୍ରାରମ୍ଭରେ ଅହମଦାବାଦରେ ବିମାନ  ଦୁର୍ଘଟଣାରେ ମୃତକଙ୍କ ପାଇଁ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ୨ ବର୍ଷ ତଳେ  "ମାମା ୱେଡ୍ସ ପାପା' ଓଡ଼ିଆ ଭାଷାରେ ରିଲିଜ୍‌ ହୋଇ ଲୋକପ୍ରିୟତା ସାଉଣ୍ଟିଥିଲା । ଦମ୍‌ଦାର୍‌  କାହାଣୀ ଏବଂ ସୁନ୍ଦର ଗୀତ ପାଇଁ ଚର୍ଚ୍ଚାରେ ରହିଥିଲା । ବର୍ତ୍ତମାନ ଏହା ଓଟିଟିରେ ରିଲିଜ୍‌ ହେବାକୁଯାଉଛି ।

ଶ୍ରୀହାନ୍‌ ସିନେକ୍ରିଏନ୍ସ ବ୍ୟାନରରେ ନିର୍ମିତ ଏହି ସିନେମାର ପ୍ରଯୋଜନା  କରିଛନ୍ତି ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି । କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ଆପ୍ପୁ  କାନୁନ୍‌ଗୋ । ସଙ୍ଗୀତ ଦେଇଛନ୍ତି ଆସାଦ ନିଜାମ୍‌ । ଚିତ୍ର ଉତ୍ତୋଳନ କରିଛନ୍ତି ନିରଞ୍ଜନ  ଦାଶ । ବଲିଉଡ୍‌ ଅଭିନେତା କୃଷ୍ଣା ଅଭିଷେକ ପ୍ରଥମ କରି ଓଡ଼ିଆ ସିନେମାରେ ଅଭିନୟ  କରିଛନ୍ତି । କାର୍ଯ୍ୟକ୍ରମରେ ଅଭିଷେକ ରଥ, ଋତିଶା, ପ୍ରିୟଙ୍କା ପାଣିଗ୍ରାହୀ, ଜ୍ୟୋତି ମିଶ୍ର, ଦେବୁ  ପଟ୍ଟନାୟକ, ଗୁଡ୍ଡୁ ପ୍ରମୁଖ ଅଭିନୟ କରିଛନ୍ତି । ଗୋଟିଏ କୁନି ଝିଅ ତା'ର ପାପା-ମାମାଙ୍କର  କିଭଳି ବାହାଘର କରୁଛି ତାକୁ ନେଇ କାହାଣୀ ଗତିଶୀଳ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.