ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ନନ୍ଦନକାନନ ସରୀସୃପ ଉଦ୍ୟାନକୁ ଆସିବ ନୂଆ ଅତିଥି; ମା’ ହେବାକୁ ଯାଉଛନ୍ତି ଦୁଇ ଆନାକୋଣ୍ଡା

Published By : Prameya | June 14, 2025 10:05 AM

ବାରଙ୍ଗ,୧୪/୦୬ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନରେ ରହୁଥିବା ଦୁଇଟି ଆନାକୋଣ୍ଡା ମା’ହେବାକୁ ଯାଉଛନ୍ତି । ଶୁକ୍ରବାର ସେମାନଙ୍କୁ ପ୍ରାଣୀ ଚିକିତ୍ସାଳୟ  ଅଣାଯାଇ ଏ-କ୍ସରେ କରାଯିବା ପରେ ପେଟରେ ଛୁଆ ଥିବା ଜଣାପଡ଼ିଥିଲା । 

୨୦୨୨ ଜୁଲାଇ ମାସରେ ପ୍ରାଣୀ ଉଦ୍ୟାନରେ  ପ୍ରଥମେ ଗୋଟିଏ ଆନାକୋଣ୍ଡା ୯ଟି ଛୁଆ ଜନ୍ମ ଦେଇଥିଲା । ଯାହା ନନ୍ଦନକାନନ ଇତିହାସରେ ପ୍ରଥମ । ପୁଣି ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ଦୁଇଟି ଆନାକୋଣ୍ଡା ଏକସଙ୍ଗରେ  ମା’ ହୋଇଥିବା ଜଣାପଡ଼ିଛି । ଜୁଲାଇ ଦ୍ୱିତୀୟ ସପ୍ତାହରେ ସେମାନେ ଶାବକ ଜନ୍ମ ଦେବେ ବୋଲି ଅନୁମାନ କରାଯାଉଛି । 

ଗତ ଫେବ୍ରୁଆରୀ ଶେଷ ସପ୍ତାହରେ ସେମାନଙ୍କ ମଧ୍ୟରେ ମିଳନ ହୋଇଥିବା ଅନୁମାନ କରାଯାଉଛି । ଫେବ୍ରୁଆରୀ ମାସରୁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ କର୍ମଚାରୀ ଓ ଚିକିତ୍ସକ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ତାଙ୍କ ଉପରେ  ନଜର ରଖିଛନ୍ତି । ୨୦୧୯ ନଭେମ୍ବର ମାସରେ ମାଡ୍ରାସର  କ୍ରୋକୋଡ଼ାଇଲ ଟ୍ରଷ୍ଟରୁ ୮ଟି ଆନାକୋଣ୍ଡା ଅଣାଯାଇଥିଲା ।  ଜନ୍ମ ଓ ମୃତ୍ୟୁ ପରେ ଏବେ ପ୍ରାଣୀ ଉଦ୍ୟାନରେ ୭ଟି  ଆନାକୋଣ୍ଡା ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ଟି ଅଣ୍ଡିରା, ୨ଟି  ମାଈ ଓ ୩ଟି ଶାବକର ଲିଙ୍ଗ ନିରୁପଣ ହୋଇପାରିନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.