ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବାଦାମବାଡ଼ିରେ ଦୁର୍ଘଟଣା, ବାଇକ୍ ଆରୋହୀ ମୃତ

Published By : Rasmita Pradhan | June 17, 2025 2:06 PM

କଟକ, ୧୭/୬ : କଟକ ବାଦାମବାଡ଼ିରେ ଦୁର୍ଘଟଣା। ବସ୍ ଚକା ତଳେ ଚାପି ହୋଇ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ। ମଙ୍ଗଳବାର ଦିନ ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ। ମୃତଦେହକୁ ଏସସିବିରେ ରଖାଯାଇଛି।

ସୂଚନାନୁଯାୟୀ, ଦିନ ପ୍ରାୟ ୧ଟା ବେଳେ ଉମା ନାମକ ଏକ ବସ୍ ନେତାଜୀ ଟର୍ମିନାଲ୍‌ରୁ ଯାତ୍ରୀ ନେଇ ନୟାଗଡ଼ ଯାଉଥିଲା। ଗାଡିଟି ପୁରୁଣା ସରକାରୀ ବସ୍‌ଷ୍ଟାଣ୍ଡ ପାଖରେ ଅତିକ୍ରମ କଲା ବେଳେ ହଠାତ୍ ଜଣେ ସ୍କୁଟି ଚାଳକ ସାମ୍ନାକୁ ପଳାଇ ଆସିଥିଲେ। ଗାଡିର ବେଗ ଅଧିକ ଥିବାରୁ ସ୍କୁଟିଟି ବସ୍ ତଳେ ଚାପି ହୋଇଯାଇଥିଲା। ଫଳରେ ସ୍କୁଟି ଚାଳକ ବସ୍ ତଳେ ଚାପି ହୋଇଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ପରିଚୟ ମିଳିପାରିନି। ତେବେ ନେତାଜୀ ଟର୍ମିନାଲରୁ ବସ୍ ଗଡ଼ିବା ପରଠୁ ସେହି ରାସ୍ତା ବିପଦପୂର୍ଣ୍ଣ ହୋଇଯାଇଛି। ପ୍ରତିଦିନ ଦୁର୍ଘଟଣା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.