ସଇଁତଳା,୧୫/୬ : ସଇଁତଳାସ୍ଥିତ ନବୀନ ଛକର ବିଭିନ୍ନ ଘରୁ ଚୋରି ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତ ବିଳମ୍ବିତ ରାତିରେ ନବୀନ ଛକସ୍ଥିତ ଶିକ୍ଷା ସମୃଦ୍ଧି ସ୍କୁଲରୁ ୫ଟି ଲୁହାପାଇପ, ଇଲେକ୍ଟ୍ରି ତାର ଚୋରି ହେଇଥିବାବେଳେ ବାଳିକା ହାଇସ୍କୁଲ ପରିସରରେ ଥିବା ଏକ କୋଚିଂ ସେଣ୍ଟରରୁ ଏକ ସାଇକେଲ ଚୋରି ହୋଇଛି ।
ସେହିପରି ନରେଶ ସାହୁଙ୍କ ଘରୁ ପାଣି ମୋଟର, ପ୍ରଶାନ୍ତ ବେହେରାଙ୍କ ଘରୁ ବିଦ୍ୟୁତ ତାର ଚୋରି ଉଦ୍ୟମ କରୁଥିବାବେଳେ ପ୍ରଶାନ୍ତ ବେହେରାଙ୍କ ସିସି ଟିଭି କ୍ୟାମେରାରେ କଏଦ ହୋଇଛି । ଏ ନେଇ ସଇଁତଳା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ନବୀନ ଛକ, ବ୍ଲକ, ଛକ ଅଞ୍ଚଳରେ ପାଟ୍ରୋଲିଙ୍ଗ କରିବାକୁ ନେଇ ସାଧାରଣରେ ଦାବି ହେଉଛି ।