ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା; ୬ ମାସ ପୂର୍ବରୁ ଏହି ବିମାନରେ ଦେଖା ଦେଇଥିଲା ଗୁରୁତର ଯାନ୍ତ୍ରିକ ତ୍ରୁଟି

Published By : Bijay Swain | June 12, 2025 7:24 PM

ଅହମଦାବାଦ: ଗୁଜରାଟର ଅହମଦାବାଦ ବିମାନବନ୍ଦରରୁ ଲଣ୍ଡନ ଗାଟଉଇକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର (ଫ୍ଲାଇଟ ନଂ AI171) ଗୁରୁତର ଦୁର୍ଘଟଣାର ଶିକାର ହୋଇଛି। ଏହି ବିମାନରେ ୨୪୨ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ, ଯେଉଁମାନଙ୍କ ମଧ୍ୟରୁ କେହି ବଞ୍ଚିଥିବାର ସମ୍ଭାବନା ନାହିଁ ବୋଲି ଅହମ୍ମଦାବାଦ ପୁଲିସ କମିଶନର ଜି.ଏସ. ମଲିକ ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସକୁ ସୂଚନା ଦେଇ କହିଛନ୍ତି। ଦୁର୍ଘଟଣାସ୍ଥଳରୁ ଏ ପର୍ଯ୍ୟନ୍ତ ଯାଏ ୨୦୪ ଟି ମୃତଦେହ ଉଦ୍ଧାର କରାଯାଇଛି, ଏବଂ ଅନ୍ୟମାନଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସୂଚନା ମିଳିଛି।

ବିମାନଟି ଅହମଦାବାଦ ବିମାନବନ୍ଦରରୁ ଦିନ ୧ଟା ୩୮ ମିନିଟରେ ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ମେଘାନୀ ନଗର ଅଞ୍ଚଳରେ ଥିବା ବିଜେ ମେଡିକାଲ କଲେଜର ଡାକ୍ତରଙ୍କ ଆବାସିକ କ୍ୱାର୍ଟର ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିଲା। ଏହି ଘଟଣାରେ ଅନେକ ଡାକ୍ତରୀ ଛାତ୍ର ଆହତ ହୋଇଛନ୍ତି। ଯେଉଁମାନଙ୍କ ମଧ୍ୟରୁ ୫୦-୬୦ ଜଣ ସ୍ଥିର ଅବସ୍ଥାରେ ଅଛନ୍ତି, କିନ୍ତୁ ୪-୫ ଜଣ ଛାତ୍ର ନିଖୋଜ ଥିବା ନେଇ ଖବର ମିଳିଛି।

ଏକ ଜାତିୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ବିମାନ (VT-ANB) ଗତ ୬ ମାସ ପୂର୍ବେ ଏକ ଗୁରୁତର ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ତେବେ, ଏହା ଦୁର୍ଘଟଣାର କାରଣ କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏୟାର ଇଣ୍ଡିଆ ଏବଂ ବୋଇଂ କହିଛନ୍ତି ଯେ ସେମାନେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି। ଏନେଇ ଉଚିତ ତଥ୍ୟ ମିଳିଲେ ଏହାକୁ ସାର୍ବଜନିନ କରାଯିବ ବୋଲି ଉଭୟ କତ୍ତୃପକ୍ଷ ଘୋଷଣା କରିଛନ୍ତି।

ବିମାନରେ ୧୬୯ ଭାରତୀୟ, ୫୩ ବ୍ରିଟିଶ, ୭ ପର୍ତ୍ତୁଗୀଜ ଏବଂ ୧ କାନାଡୀୟ ନାଗରିକ ଥିବା ଜଣାପଡ଼ିଛି। ଏଥିରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଥିଲେ। ଯିଏ ଆହତ ହୋଇଥିବା ନେଇ ଖବର ମିଳିଛି। କିନ୍ତୁ ତାଙ୍କ ଅବସ୍ଥା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଏଯାଏ ମିଳିପାରି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

ଭାରତୀୟ ସେନା, NDRF, CRPF ଏବଂ କୋଷ୍ଟ ଗାର୍ଡର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ କାର୍ଯ୍ୟ କରୁଛନ୍ତି। ଅହମଦାବାଦ ବିମାନବନ୍ଦର କିଛି ସମୟ ପାଇଁ ବନ୍ଦ ରହିବା ପରେ ବର୍ତ୍ତମାନ ସୀମିତ ଉଡ଼ାଣ ସହିତ ପୁନଃର୍ବାର ଚାଲୁ ହୋଇଛି।

ଏହି ଦୁଃଖଦ ଘଟଣା ପାଇଁ ବିଶ୍ଵବ୍ୟାପୀ ନେତାମାନେ ଶୋକ ପ୍ରକାଶ କରିଛନ୍ତି। ଏୟାର ଇଣ୍ଡିଆର ସୁରକ୍ଷା ରେକର୍ଡ ଏବଂ ବୋଇଂ ୭୮୭ ଡ୍ରିମଲାଇନରର ଯାନ୍ତ୍ରିକ ସ୍ଥିତି ଉପରେ ପ୍ରଶ୍ନ ଉଠିଛି, ଯାହା ତଦନ୍ତର ମୁଖ୍ୟ ବିଷୟ ହେବ ବୋଲି ଜଣାପଡିଛି। ଏହି ଦୁର୍ଘଟଣା ଭାରତୀୟ ବିମାନ ଚଳାଚଳ ଇତିହାସରେ ଗତ ତିନି ଦଶନ୍ଧି ମଧ୍ୟରେ ସବୁଠାରୁ ମର୍ମନ୍ତୁଦ ଘଟଣା ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.