ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅହମ୍ମଦାବାଦ ବିମାନ ଟ୍ରାଜେଡି: ଜେଜେ ମାଆଠୁ ନାତିକୁ ଛଡ଼ାଇ ନେଲା ବିସ୍ଫୋରଣ, ଶୋଇଥିବାବେଳେ ଚାଲିଗଲା

Published By : Prameya | June 14, 2025 12:42 PM

ନୂଆଦିଲ୍ଲୀ ୧୪/୦୬: ଆଖିରେ ଥିଲା ଆଖିଏ ସ୍ୱପ୍ନ । ମନରେ ଭବିଷ୍ୟତର ଅସୁମାରି ଆଶା । ରଙ୍ଗୀନ୍‌ ଦୁନିଆରେ ଉଡ଼ିବାର ଅଭିଳାଷ । ପ୍ରିୟଜନଙ୍କୁ ଭେଟିବାର ଉତ୍ସାହ । ପ୍ରେମ-ମିଳନର ପ୍ରତୀକ୍ଷା । କିନ୍ତୁ ନିଷ୍ଠୁର ନିୟତିର ନିଷ୍ପତ୍ତି ଥିଲା ଆଉ କିଛି । ମୁହୂର୍ତ୍ତକ ମଧ୍ୟରେ ସବୁ ଆଶା, ଆକାଂକ୍ଷା ପୋଡ଼ି ପାଉଁଶ ହୋଇଗଲା । ଧୂଳିସାତ୍‌ ହୋଇଥିଲା ସବୁ ସ୍ୱପ୍ନ । ଛାର୍‌ଖାର ହୋଇଗଲା ପରିବାର । ଅଜସ୍ର ଦୁଃଖ ଦେଇଗଲା ଅହମ୍ମଦାବାଦ ବିମାନ ଦୁର୍ଘଟଣା ।

ଏୟାର ଇଣ୍ଡିଆର ବୋଇଂ  ବିମାନ ଯେଉଁ ମେଡିକାଲ  କଲେଜର ହଷ୍ଟେଲ୍‌  ଉପରେ ପଡ଼ିଲା, ତା’ର  ଠିକ୍‌ ବାହାରେ ଜଣେ  ମହିଳା ଚା’ ଦୋକାନ  କରିଥିଲେ । ସେଇ  ପାଖରେ ତାଙ୍କ ପୁଅ ସପରେ ଶୋଇଥିଲେ ।  ବିମାନ ମାଡ଼ ହେବା ପରେ  ପ୍ରଚଣ୍ଡ ବିସ୍ଫୋରଣ ଯୋଗୁ ତାଙ୍କର ମୃତ୍ୟୁ ହେଲା । ମହିଳା ଗମ୍ଭୀର ରୂପେ ଆହତ  ହୋଇଛନ୍ତି । ମୃତକଙ୍କ ଜେଜେ ମା’ କହିଛନ୍ତି, ତାଙ୍କ ପରିବାରରେ ୩୦-୩୫  ଜଣ ଅଛନ୍ତି । ଦୁର୍ଘଟଣା ଦିନ କେବଳ ଜଣେ ନାତି ଦୋକାନକୁ ଆସିଥିଲା, ଯିଏ  ଆଉ କେବେ ଘରକୁ ଫେରିବ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.