ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅହମ୍ମଦାବାଦ ବିମାନ ଟ୍ରାଜେଡି; ଦୁର୍ଘଟଣା ନା ଷଡ଼ଯନ୍ତ୍ର ? ତୁର୍କୀ ଉପରେ ବାବା ରାମଦେବଙ୍କ ସନ୍ଦେହ

Published By : Ankita S | June 15, 2025 1:20 PM

ନୂଆଦିଲ୍ଲୀ,୧୫/୦୬: କିପରି ହେଲା ଅହମ୍ମଦାବାଦ ବିମାନ ଦୁର୍ଘଟଣା ? ଟେକ୍‌ ଅଫ୍‌ର ମାତ୍ର ୩୨ ସେକେଣ୍ଡରେ କିପରି ଇଞ୍ଜିନରେ ହେଲା ତ୍ରୁଟି ? ଥ୍ରଷ୍ଟ ମିଳିଲାନି ବିମାନ ଉପରକୁ ଉଠିଲାନି । ଘଟିଲା ଭୟାଭୟ ଦୁର୍ଘଟଣା । ଚାଲିଗଲା ୨୭୫ ଜୀବନ । କିପରି କାହିଁକି ଦୁର୍ଘଟଣା ହେଲା ତାର କାରଣ ଖୋଜା ଚାଲିଛି । ୪ ଥିଓରିରେ ବିଶ୍ଲେଷଣ ହେଉଛି । ପାଇଲଟଙ୍କ ଭୁଲ ନା ଇଞ୍ଜିନରେ ତ୍ରୁଟି । ବ୍ଲାକବକ୍ସ ଡିକୋଡିରୁ ରହସ୍ୟ ଫିଟିବ । ଏହାରି ଭିତରେ ବିମାନ ଦୁର୍ଘଟଣାକୁ ନେଇ ବାବା ରାମଦେବ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ହେଉଛି । ସେ ଦୁର୍ଘଟଣା ପଛରେ ତୁର୍କୀର ହାତ ଥିବା ସନ୍ଦେହ କରୁଛନ୍ତି ।

ଅହମ୍ମଦାବାଦ ବିମାନ ଦୁର୍ଘଟଣା ପଛରେ ତୁର୍କୀର ହାତ ଥିବା ସନ୍ଦେହ କରି ରାମଦେବ ବାବା କହିଛନ୍ତି, ''ଏତେ ବଡ଼ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରି ହୋଇ ପଡୁଛି । ଏହା ପଛରେ ତୁର୍କୀର ହାତ ଥିଲା ସନ୍ଦେହ ଦେଉଛି । ଏହି ଏୟାରକ୍ରାପ୍ଟର ରକ୍ଷଣାବେକ୍ଷଣ ତୁର୍କୀ ଏକ ଏଜେନ୍ସିଂ ଦାୟିତ୍ୱରେ ଥିଲା । ବିମାନପ ମେଣ୍ଟେନାନ୍ସ ଓ ସର୍ଭିସ କାମ ତୁର୍କୀର ଏକ ସଂସ୍ଥା ହାତରେ ଥିଲା । ଭାରତ ସହ ତୁର୍କୀର ସମ୍ପର୍କ ଭଲ ନାହିଁ, ତେଣୁ ସେ ଏ ବାଟରେ ବଦଲା ଦେଇ ଥାଇପାରେ ।'' 

ସେ ଆହୁରି କହିଛନ୍ତି, ''ଭାରତକୁ ଏପରି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଶତ ପ୍ରତିଶତ ତୀକ୍ଷ୍ମ ନଜର ରଖିବା ଦରକାର। ଏଭଳି ସମ୍ବେଦନଶୀଳ କ୍ଷେତ୍ରରେ ବିଦେଶୀ ଏଜେନ୍ସିଂର ସହୟତା ନେବା ବନ୍ଦ ହେବା ଉଚିତ୍ । ବିଦେଶୀଙ୍କ ହସ୍ତକ୍ଷେପକୁ ଶେଷ କରିବାକୁ ହେବ ।''

ଅଧିକ ପଢନ୍ତୁ...କେଦାରନାଥ ଗୌରୀକୁଣ୍ଡ ଜଙ୍ଗଲରେ ଖସିପଡ଼ିଲା ହେଲିକପ୍ଟର୍, ୭ ମୃତ

କହି ରଖୁଛୁ କି, ଗତ ୧୨ ତାରିଖରେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଅହମ୍ମଦାବାଦ ମୋଘାନୀ ନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟେକ୍‌ ଅଫ୍‌ର ମାତ୍ର ୫ ମିନିଟ୍‌ରେ କ୍ରାସ୍ ହୋଇଥିଲା । ବିମାନରେ ୧୨ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ୍ ୨୪୧ଜଣ ଥିଲେ । କେବଳ ଜଣଙ୍କୁ ଛାଡି ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ବିମାନଟି ବିଜେ ମେଡିକାଲ କଲେଜ ହଷ୍ଟେଲରେ ମାଡ଼ ହୋଇଥିଲା । ଏଥିରେ ୧୦ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତ୍ୟୁସଂଖ୍ୟା ୨୭୫ରେ ପହଞ୍ଚିଛି । ୩୩ ମୃତଦେହର ଡିଏନ୍‌ଏ ମେଳ ଖାଇଛି । ଏହି ଦୁର୍ଘଟଣା  ଦେଶକୁ ଦୋହଲାଇ ଦେଇଛି । ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ସ୍ୱରାଷ୍ଟ୍ର ସଚିବଙ୍କ ସମେତ ୧୧ ଜଣ ସଦସ୍ୟ ରହିଛନ୍ତି । ୩ ମାସରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.