ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅହମ୍ମଦାବାଦ ପ୍ଲେନ୍ କ୍ରାସ୍; ଆଉ ଉଡ଼ିବନି ଏଆଇ-୧୭୧, ବଦଳିଲା ଫ୍ଲାଇଟ୍ ନମ୍ବର

Published By : Ankita S | June 15, 2025 1:44 PM

ନୂଆଦିଲ୍ଲୀ,୧୫/୦୬: ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଏଆଇ ୧୭୧ ଫ୍ଲାଇଟ୍ ନମ୍ବରରେ ବିମାନ ଉଡାଣ ବନ୍ଦ ହେବାକୁ ନିଷ୍ପତ୍ତି ହୋଇଛି । ଏଣିକି ଏଆଇ ୧୫୯ ନମ୍ବରରେ ଲଣ୍ଡନକୁ ଉଡ଼ିବ ଫ୍ଲାଇଟ୍ । ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିବା ପରେ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହାର ଫ୍ଲାଇଟ ନମ୍ବର ୧୭୧କୁ ବଦଳାଇଛନ୍ତି । ଫ୍ଲାଇଟ୍ ନମ୍ବର ୧୭୧ରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହି ସେହି କଳା ଦିନକୁ ଭୁଲିବାକୁ ଏୟାର ଇଣ୍ଡିଆ ଏହି ନିଷ୍ପତ୍ତି ନେଇଛି । 

ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆର ଉକ୍ତ ବିମାନଟି ଅହମ୍ମଦାବାଦ ବିମାନବନ୍ଦରରୁ ଲଣ୍ଡନର ଗାଟୱିକ ଅଭିମୁଖେ ଯାଉଥିଲା । ବୋଇଂ ୭୮୭-୮ ଡ୍ରିମ୍‌ଲାଇନର ଏହି ବିମାନର ନମ୍ବର ଥିଲା ଏଆଇ-୧୭୧ ।  ଆସନ୍ତା ୧୭ ତାରିଖରୁ ଅହମ୍ମଦାବାଦ ଓ ଲଣ୍ଡନର ଗାଟୱିକ ମଧ୍ୟରେ ଚଳାଚଳ କରିବାକୁ ଥିବା ବିମାନର ନମ୍ବର ରହିବ ଏଆଇ-୧୫୯ । ବୁକିଂ ସିଷ୍ଟମରେ ମଧ୍ୟ ଏହି ପରିବର୍ତ୍ତନ କରାଯାଇଛି ।

ଅଧିକ ପଢନ୍ତୁ...ଅହମ୍ମଦାବାଦ ବିମାନ ଟ୍ରାଜେଡି; ଦୁର୍ଘଟଣା ନା ଷଡ଼ଯନ୍ତ୍ର ? ତୁର୍କୀ ଉପରେ ବାବା ରାମଦେବଙ୍କ ସନ୍ଦେହ

ସେହିଭଳି ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟ ଏହାର ବିମାନ ନମ୍ବର ଆଇଏକ୍ସ-୧୭୧କୁ ପରିବର୍ତ୍ତନ କରିବ ବୋଲି କହିଛି । ସାଧାରଣତଃ ଯେଉଁ ନମ୍ବରର ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥାଏ ସମ୍ପୃକ୍ତ କମ୍ପାନି ପକ୍ଷରୁ ସେହି ନମ୍ବରର ବିମାନକୁ ଚଳାଚଳରୁ ବାଦ୍‌ ଦିଆଯାଇଥାଏ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାକୁ ସମ୍ମାନ ଜଣାଇ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ୨୦୨୦ରେ କେରଳର କୋଝିକୋଡରେ ଦୁର୍ଘଟଣା ଘଟି ୨୧ ଜଣଙ୍କ ମୃତ୍ୟୁ ଘଟିବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ତାର ବିମାନ ନମ୍ବରକୁ ବଦଳାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.