ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି; ୩ଟି ଅନ୍ତର୍ଜାତୀୟ ରୁଟ୍ ବନ୍ଦ, ୧୬ଟି ରୁଟ୍‌ରେ ବିମାନ ଚଳାଚଳ ହ୍ରାସ

Published By : Anindita Ratha | June 20, 2025 8:53 AM

ନୂଆଦିଲ୍ଲୀ,୨୦/୦୬: ଅହମ୍ମଦାବାଦ ବିମାନ ଦୁର୍ଘଟଣା  ପରଠୁ ଚର୍ଚ୍ଚାରେ ରହିଛି ଏୟାର ଇଣ୍ଡିଆ । କେତେବେଳେ ଜରୁରୀକାଳୀନ ଅବତରଣ ଯୋଗୁଁ ତ କେତେବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆ ଉପରେ ଅନେକ ପ୍ରଶ୍ନ ଉଠିଛି । ବୁଧବାର ଏୟାରଲାଇନ୍ସ ଏହାର ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ୧୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ପରିପ୍ରେକ୍ଷୀରେ, ଏୟାର ଲାଇନ୍ସ ବାତିଲ ହୋଇଥିବା ବିମାନ ବିଷୟରେ ସୂଚନା ସେୟାର କରିଛି।

ଏୟାର ଇଣ୍ଡିଆ ୨୧ ଜୁନ୍ ରୁ ୧୫ ଜୁଲାଇ  ମଧ୍ୟରେ ୩ଟି ଅନ୍ତର୍ଜାତୀୟ ରୁଟରେ ଏହାର ଉଡ଼ାଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଅନ୍ୟ ୧୬ଟି ରୁଟରେ ସେବା ହ୍ରାସ କରାଯାଉଛି । ଏୟାର ଇଣ୍ଡିଆର ବିବୃତ୍ତି ଅନୁଯାୟୀ, ଏହି ନିଷ୍ପତ୍ତିର ଲକ୍ଷ୍ୟ ହେଉଛି ଉଡ଼ାଣ ସମୟ ସାରଣୀକୁ ସୁଗମ କରିବା ଏବଂ ଶେଷ ମୁହୂର୍ତ୍ତର ଅସୁବିଧାରୁ ଯାତ୍ରୀମାନଙ୍କୁ ରକ୍ଷା କରିବା। ଏୟାରଲାଇନ୍ସ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହା ଏକ ଅସ୍ଥାୟୀ ନିଷ୍ପତ୍ତି ଏବଂ ଜୁଲାଇ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ପରେ, ଏହି ଉଡ଼ାଣଗୁଡ଼ିକ ପୁଣି ଥରେ ଆରମ୍ଭ କରାଯିବ । 

ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୩ଟି ରୁଟରେ ଉଡ଼ାଣକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି। ଏଥିରେ ଦିଲ୍ଲୀ-ନୈରୋବି, ଅମୃତସର-ଲଣ୍ଡନ  ଏବଂ ଗୋଆ-ଲଣ୍ଡନ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଉତ୍ତର ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ରୁଟରେ ୧୬ଟି ଆନ୍ତର୍ଜାତୀୟ ଉଡ଼ାଣ ସଂଖ୍ୟା ହ୍ରାସ କରାଯାଇଛି । ତେବେ ଏହି ନିଷ୍ପତି ପାଇଁ ବିମାନ କମ୍ପାନୀ ଯାତ୍ରୀମାନଙ୍କୁ କ୍ଷମା ପ୍ରାର୍ଥନା କରିଛି। ବିମାନ କମ୍ପାନୀ କହିଛି ଯେ, ଯାତ୍ରୀମାନଙ୍କ ସୁରକ୍ଷା ସେମାନଙ୍କର ପ୍ରଥମ ପ୍ରାଥମିକତା। ଯଥାଶୀଘ୍ର ସମସ୍ତ କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ପ୍ରୟାସ କରାଯାଉଛି। ପ୍ରକାଶ ଥାଉକି, ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦରକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ AI171 ଉଡ଼ାଣ ଭରିବା ପରେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ମୋଟ ୨୪୨ ଯାତ୍ରୀଙ୍କ ମଧ୍ୟରୁ କେବଳ ଜଣେ ଯାତ୍ରୀ ବଞ୍ଚି ଯାଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.