ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ

Published By : Swapna Ray | June 12, 2025 1:19 PM

ଉତ୍ତରାଖଣ୍ଡ, ୧୨।୬: ପହଲଗାମ୍ଆ ଆତଙ୍କୀ ଆକ୍ରମଣ ପରେ ଏବେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି କରିଛି ପୋଲିସ । ଭ୍ୟାଲି ଅଫ୍ ଫ୍ଲାୱାର୍ସ ନିକଟସ୍ଥ ଘଙ୍ଗାରିଆଠାରେ ଉତ୍ତରାଖଣ୍ଡ ପୋଲିସ ଏକ ୬ ଜଣିଆ ଆତଙ୍କ ବିରୋଧୀ ଦଳ(ATS) ମୁତୟନ କରିଛି । ଏଥିସହ ଭ୍ୟାଲି ନିକଟରେ ଥିବା ଲୋକପ୍ରିୟ ଶିଖ୍ ତୀର୍ଥସ୍ଥଳ ହେମକୁଣ୍ଡ ସାହିବରେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଥିବାରୁ ଏହି ସ୍ଥାନ ଉପରେ ମଧ୍ୟ ଟିମ୍ ନଜର ରଖିବ । ଏହି ଦୁର୍ଗମ ଅଞ୍ଚଳରେ ପ୍ରଥମ ଥର ପାଇଁ ଆତଙ୍କ ବିରୋଧୀ ଦଳ ମୁତୟନ କରାଯାଇଛି । କହିରଖୁ କି, ଏପ୍ରିଲ୍ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୋଟ୍ ୨୫ ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ବାସିନ୍ଦା ପ୍ରାଣ ହରାଇଥିଲେ । ଯାହା ପରେ ଜମ୍ମୁକାଶ୍ମୀରରେ ଆତଙ୍କୀବାଦୀ ଗତିବିଧି ଅଧିକ ସକ୍ରିୟ ଥିବା ଜଣାପଡ଼ିଛି । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି । 

ଚାମୋଲି ଏସ୍‌ପି ସର୍ବେଶ ପନୱାର ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ସୂଚାନୁସାରେ, ଘଙ୍ଗାରିଆରେ ଥିବା ଭ୍ୟାଲି ଅଫ୍ ଫ୍ଲାୱାର୍ସ ଏବଂ ହେମକୁଣ୍ଡ ସାହିବ ପର୍ଯ୍ୟଟକଙ୍କ ଯିବା ଲାଗି ଏକ ପ୍ରମୁଖ ସ୍ଥାନ । ସେଠାରେ ୬ ଜଣିଆ ଏଟିଏସ୍‌ ଦଳଙ୍କୁ ମୁତୟନ କରାଯାଇଛି । ହେମକୁଣ୍ଡ ସାହିବ ଯାତ୍ରା ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମେ ୨୪ ତାରିଖରୁ ଏଟିଏସ୍‌ ଦଳଙ୍କୁ ସେଠାରେ ମୁତୟନ କରାଯାଇଛି । ପର୍ଯ୍ୟଟକଙ୍କ ଯାତାୟତରେ ସୁଗମ ଏବଂ ନିରାପଦ ପରିଚାଳନା ସୁନିଶ୍ଚିତ କରିବା ଲାଗି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ ସହ ମିଳିତ ଭାବେ ଏହି ଦଳ କାର୍ଯ୍ୟ କରିବ । ସୂଚନାନୁଯାୟୀ, ଯଦିଏ ଅଧିକାରୀମାନେ ଚାମୋଲି ଜିଲ୍ଲା ସହିତ ଜଡ଼ିତ କୌଣସି ସିଧାସଳଖ ବିପଦ କିମ୍ୱା ଗୁଇନ୍ଦା ସୂଚନା ପାଇନାହାନ୍ତି, ପୋଲିସ ସତର୍କତା ସ୍ୱରୂପ ହିମାଳୟର ପ୍ରମୁଖ ପର୍ଯ୍ୟଟନ ଏବଂ ଧାର୍ମିକ ସ୍ଥଳଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିଛି । ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଏହି ଚାରିଧାମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଠାରେ ବରିଷ୍ଠ ପୋଲିସ ଅଧିକାରୀମାନେ ଭିଡ଼ ନିୟନ୍ତ୍ରଣ, ତୀର୍ଥଯାତ୍ରା ସୁରକ୍ଷା ଏବଂ ଟ୍ରାଫିକ୍ ବ୍ୟବସ୍ଥାର ତଦାରଖ କରୁଛନ୍ତି । 

କହିରଖୁ କି, ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ଭାବେ ପରିଗଣିତ ଫ୍ଲାୱାର୍ସ ଭ୍ୟାଲି ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଜୁନ୍ ୧ରେ ପୁନର୍ବାର ଖୋଲିଛି । ଚାମୋଲିରେ ସମୁଦ୍ର ପତ୍ତନଠାରୁ ୯ ହଜାର ଫୁଟ୍ ଉପରେ ଅବସ୍ଥିତ ଏହି ଭ୍ୟାଲି ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ ଖୋଲା ରହିଥାଏ ଏବଂ ଏହା ଆଲପାଇନ ଉଦ୍ୟାନ ପାଇଁ ବେଶ୍ ଜଣାଶୁଣା । ଉଦଘାଟନୀ ଉତ୍ସବରେ ୮୩ ଜଣ ପର୍ଯ୍ୟଟକ ଏହି ଭ୍ୟାଲି ପରିଦର୍ଶନ କରିଥିଲେ । ୧୯୮୨ ମସିହାରେ ଏହାକୁ ଜାତୀୟ ଉଦ୍ୟାନ ଘୋଷିତ ହୋଇଥିବା ବେଳେ ଏହି ଭ୍ୟାଲି ୬୦୦ରୁ ଅଧିକ ଉଦ୍ଭିତ ପ୍ରଜାତିରେ ପରିପୂର୍ଣ୍ଣ । ଯେଉଁଥିରେ ଉତ୍ତରାଖଣ୍ଡର ରାଜ୍ୟ ଫୁଲ ଭାବେ ପରିଚିତ ବ୍ରହ୍ମ କମଳ, ଆଷ୍ଟର, ଡେଲଫିନିୟମ୍, ହିମାଲୟାନ୍ ବ୍ଲୁ ପପି, ରାନୁନକୁଲ୍ସ ଏବଂ ପେଟୋଣ୍ଟିଲା ଅନ୍ତର୍ଭୁକ୍ତ । ଏହି ଭ୍ୟାଲି ନିକଟରେ ଅବସ୍ଥିତ ହେମକୁଣ୍ଡ ସାହିବ ଭକ୍ତମାନଙ୍କ ପାଇଁ ମେ ୨୫ ତାରିଖରେ ଖୋଲିଥିଲା । ଏଠାରେ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.