ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଭାରତର ସବୁଠାରୁ ବଡ଼ ଅଟୋମୋବାଇଲ୍ କାର୍ଗୋ ଟର୍ମିନାଲର ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

Published By : Bijay Swain | June 17, 2025 10:51 PM

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଦିନ ହରିୟାଣାର ମାନେସରସ୍ଥିତ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର ପ୍ଲାଣ୍ଟରେ ଭାରତର ସବୁଠାରୁ ବଡ଼ ଅଟୋମୋବାଇଲ୍ ଗତି ଶକ୍ତି ମଲ୍ଟି-ମଡେଲ୍ କାର୍ଗୋ ଟର୍ମିନାଲର ଉଦଘାଟନ କରିଛନ୍ତି। ଏହି ଅବସରରେ ହରିୟାଣାର ମୁଖ୍ୟମନ୍ତ୍ରୀ ନୟାବ ସିଂ ସୈନୀ ଏବଂ ମାରୁତି ସୁଜୁକିର ସିଇଓ ତଥା ମ୍ୟାନେଜିଂ ଡାଇରେକ୍ଟର ହିସାଶି ତାକେଉଚି ଉପସ୍ଥିତ ଥିଲେ।

ଏହି ଟର୍ମିନାଲ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ ନିର୍ମିତ ହୋଇଛି। ଏବଂ ଏହା ମାନେସର ପ୍ଲାଣ୍ଟରେ ୪୬ ଏକର ଜାଗାରେ ବିସ୍ତାରିତ। ଏହାର ମୋଟ ୮.୨ କିଲୋମିଟର ଲମ୍ବର ଚାରୋଟି ପୂର୍ଣ୍ଣାଙ୍ଗ ଟ୍ରାକ୍ ଏବଂ ଗୋଟିଏ ଇଞ୍ଜିନ୍ ଏସ୍କେପ୍ ଟ୍ରାକ୍ ରହିଛି। ଏହି ଟର୍ମିନାଲରେ ବାର୍ଷିକ ୪.୫ ଲକ୍ଷ ଗାଡ଼ି ପରିବହନ କରିବାର କ୍ଷମତା ରହିଛି। ଯାହା ମାରୁତି ସୁଜୁକିର ଗୁରୁଗ୍ରାମ ଓ ମାନେସର ପ୍ଲାଣ୍ଟରୁ ୧୭ଟି ହବ ମାଧ୍ୟମରେ ୩୮୦ଟି ସହରକୁ ଏବଂ ମୁନ୍ଦ୍ରା ଓ ପିପାଭାଭ ବନ୍ଦରକୁ ରପ୍ତାନି ପାଇଁ ପଠାଯିବ।

ଏହି ପ୍ରକଳ୍ପରେ ମୋଟ ୮୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି। ଯେଉଁଥିରୁ ହରିୟାଣା ରେଳ ଭିତ୍ତିଭୂମି ବିକାଶ ନିଗମ (HRIDC) ୬୮୪ କୋଟି ଏବଂ ମାରୁତି ସୁଜୁକି ବାକି ଅର୍ଥ ଯୋଗାଇଛି। ଏହି ଟର୍ମିନାଲ ପାଟଲି ରେଳ ଷ୍ଟେସନ ସହିତ ୧୦ କିଲୋମିଟର ଲମ୍ବର ଏକ ନିର୍ଦ୍ଦିଷ୍ଟ ରେଳ ଲିଙ୍କ ମାଧ୍ୟମରେ ସଂଯୁକ୍ତ, ଯାହା ୧୨୧.୭ କିଲୋମିଟର ଲମ୍ୱ ହରିୟାଣା ଅର୍ବିଟାଲ ରେଳ କରିଡରର ଏକ ଅଂଶ ଭାବେ ପରିଗଣିତ ହୋଇଥାଏ।

ମାରୁତି ସୁଜୁକିର ସିଇଓ ହିସାଶି ତାକେଉଚି କହିଛନ୍ତି ଯେ, ଏହି ପ୍ରକଳ୍ପ କାର୍ବନ ନିର୍ଗମନ ହ୍ରାସ କରିବା ଏବଂ ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ରେଳ ମାଧ୍ୟମରେ ଗାଡ଼ି ପରିବହନର ଅଂଶ ୩୫%କୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି। ଏହା ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କଲେ ବାର୍ଷିକ ୧,୭୫,୦୦୦ ଟନ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ଏବଂ ୬୦ ନିୟୁତ ଲିଟର ଇନ୍ଧନ ସଞ୍ଚୟ କରିବ ବୋଲି ଆକଳନ କରାଯାଇଛି।

ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅବସରରେ ଭାରତୀୟ ରେଳବାଇର ଉନ୍ନତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ୨୦୧୪ ପୂର୍ବରୁ ରେଳବାଇର ବାର୍ଷିକ ବଜେଟ ୨୪,୦୦୦-୨୫,୦୦୦ କୋଟି ଟଙ୍କା ଥିବା ବେଳେ ଏବେ ଏହା ୨.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ସହିତ ସୋନିପତରେ ରେଳ କୋଚ୍ ଫ୍ୟାକ୍ଟ୍ରିର ଆଧୁନିକୀକରଣ ଚାଲିଛି ଏବଂ ଶୀଘ୍ର ଏହା ଉଦଘାଟନ ପାଇଁ ପ୍ରସ୍ତୁତ ହେବ।

ଏହି ଟର୍ମିନାଲ ଭାରତର ଅଟୋମୋବାଇଲ୍ ଲଜିଷ୍ଟିକ୍ସକୁ ଅଧିକ ଦକ୍ଷ ଓ ପରିବେଶ ଅନୁକୂଳ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.