ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଏଏସଆଇ

Published By : Suraj Kumar | June 18, 2025 11:18 PM

ପୁରୀ,୧୮।୬: ପୁରୀ ଜିଲା ଚନ୍ଦନପୁର ଥାନା ଏଏସଆଇ ପ୍ରଭାତ କୁମାର ପ୍ରଧାନ ଲାଞ୍ଚ ନେବା ବେଳେ  ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ଏକ ଜମି ବିବାଦ ମାମଲାରେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ଲାଞ୍ଚ ନେଉଥିଲେ।

ଏକ ଜମି ବିବାଦ ମାମଲାରେ  ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ଏଏସଆଇ ପ୍ରଧାନ ୧୫ ହଜାର  ଟଙ୍କା ଲାଞ୍ଚ ମାଗିଥିଲେ। ଏହି ମାମଲାରେ ସେ ନିଜେ ତଦନ୍ତକାରୀ ଅଧିକାରୀ ଥିଲେ। ଅଭିଯୋଗକାରୀ ଏ ସମ୍ପର୍କରେ ଭିଜିଲାନ୍ସଙ୍କୁ ଜଣାଇଥିଲେ। ଯୋଜନା ମୁତାବକ  ଅଭିଯୋଗକାରୀଙ୍କ ଠାରୁ ଏଏସଆଇ ପ୍ରଧାନ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲେ। ଅଭିଯୁକ୍ତଙ୍କ ନିକଟରୁ  ୧୫,୦୦୦ ଟଙ୍କା ଜବତ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.