ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆସାମର ଧୁବ୍ରିରେ ହିଂସା; ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ଦେଲେ ସିଏମ୍‌

Published By : Ankita S | June 14, 2025 12:18 PM

ଗୌହାଟୀ,୧୪/୦୬: ଆସାମର ଧୁବ୍ରି ଜିଲ୍ଲାରେ ଏକ ହନୁମାନ ମନ୍ଦିର ପରିସର ନିକଟରୁ ଏକ ଗାଈର କଟାମୁଣ୍ଡ ମିଳିବା ପରେ ସେଠାରେ ସାଂପ୍ରଦାୟିକ ହିଂସା ହୋଇଥିଲା । ଏହାପରେ ସେଠାରେ ଉତ୍ତେଜନାମୂଳକ ସ୍ଥିତି ବଜାୟ ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି । ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସେଠାରେ ରାପିଡ୍‌ ଆକ୍ସନ ଫୋର୍ସ ଓ ସିଆରପିଏଫ୍‌କୁ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନ ଗୋଟିଏ ସ୍ଥାନରେ ଅଧିକ ଲୋକେ ଏକତ୍ରିତ ହେବା ଉପରେ ରୋକ ଲଗାଇଛି । ମୁଖ୍ୟମନ୍ତ୍ରୀ ଶର୍ମା ନିଜର ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି, ଜିଲ୍ଲାରେ ସମସ୍ତ ସାଂପ୍ରଦାୟିକ ଶକ୍ତିକୁ ପରାସ୍ତ କରିବା ଓ ଆଇନଶୃଙ୍ଖଳା ବଜାୟ ରଖିବାକୁ ଆମେ ପ୍ରତିବଦ୍ଧ । ହିଂସା ଘଟଣାର ତଦନ୍ତ ଚାଲିଛି । ଏଥିରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଧୁବ୍ରିରେ ଏକ ସ୍ୱତନ୍ତ୍ର ବର୍ଗ ଅସ୍ଥିରତା ସୃଷ୍ଟି କରିବାକୁ ସକ୍ରିୟ ହୋଇଯାଇଛି । ରାତିରେ ସେମାନଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । 

ସୂଚନାଥାଉକି, ଧୁବ୍ରି ସାଂପ୍ରଦାୟିକ ହିଂସା ନେଇ ଅଦ୍ୟାବଧି ୨୨ ଜଣ ଗିରଫ ହୋଇଛନ୍ତି । ଉତ୍ତେଜନାକୁ ନଜରରେ ରଖି ଆରଏଏଫ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରଏଫ) ମୁତୟନ ହୋଇଛନ୍ତି । ପ୍ରଥମେ ଲାଗୁ ହୋଇଥିଲା ୧୪୪ ଧାରାକୁ ଅସ୍ଥାୟୀ ରୂପରେ ହଟାଇ ଦିଆଯାଇଛି । ହେଲେ ପରିସ୍ଥିତିକୁ ଦେଖି ସୁରକ୍ଷା ବଢାଇ ଦିଆଯାଇଛି । ଧୁବ୍ରିରେ ବର୍ତ୍ତମାନ ଉତ୍ତେଜନା ଜାରି ରହିଛି । ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି । ସିସିଟିଭ ଜରିଆରେ ରାତ୍ରୀ ଯାତାୟତ ଉପରେ ନଜର ରଖାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.