ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଲା ଅଟୋ ,ମହିଳା ଗୁରୁତର

Published By : Bijay Swain | June 17, 2025 8:26 PM

ନରସିଂହପୁର, ୧୭/୬(ଆପ୍ର): ନରସିଂହପୁର ବ୍ଲକ ଅନ୍ତର୍ଗତ ରେଗେଡାରୁ ଫତେଗଡ଼ ଯାଉଥିବା ସମୟରେ ନରସିଂହପୁର କମଳାଡିହ ମୁଖ୍ୟ ରାସ୍ତାର ସୀତାରାମପୁର ନଖପଡା ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିବାରୁ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣଙ୍କ ରେଗେଡା ଗ୍ରାମର ସବିତା ପ୍ରଧାନ ୬୫ ବର୍ଷ ବୋଲି ଜଣାପଡିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ ସବିତାଙ୍କ ପରିବାରର ୪ ଜଣ ସଦସ୍ୟ ରେଗେଡାରୁ ଫତେଗଡ଼ ଯାଉଥିବା ସମୟରେ ନଖପଡା ସୀତାରାମପୁର ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ତେବେ ଅଟୋରେ ଥିବା ସବିତା ପ୍ରଧାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥା ରେ ତାଙ୍କୁ ଉଦ୍ଧାର କରି ନରସିଂହପୁର ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ତାଙ୍କ ମୁଣ୍ଡର ତୋନୋଟି ସ୍ଥାନରେ ସିଲେଇ ହୋଇଥିବା ଜଣାପଡିଛି।

ସୌଭାଗ୍ୟ ବଶତଃ ଅଟୋରେ ଥିବା ଅନ୍ୟ ମାନଙ୍କର ବିଶେଷ କିଛି କ୍ଷତି ହୋଇନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.