ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସ୍ଥାନାନ୍ତର ହେଲା ଆୟାତୋଲ୍ଲା ଅଲି ଖାମେନିଙ୍କ ଗୁପ୍ତ ବଙ୍କର; ସୁରକ୍ଷା ପ୍ରଦାନ କରୁଛନ୍ତି ନୂଆ ଗୁପ୍ତ ସୁରକ୍ଷା ବାହିନୀ

Published By : Bijay Swain | June 23, 2025 6:28 PM

ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ଗୁପ୍ତ ବଙ୍କରକୁ ସ୍ଥାନାନ୍ତର କରାଯାଇଛି। ଏକ ଅତ୍ୟନ୍ତ ଗୋପନୀୟ ସୁରକ୍ଷା ବାହିନୀ ତାଙ୍କୁ ସୁରକ୍ଷା ପ୍ରଦାନ କରୁଛି। ଯାହାର ଅସ୍ତିତ୍ୱ ସମ୍ପର୍କରେ ଇରାନର ଇସ୍ଲାମିକ ରେଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଜାଣି ନାହାନ୍ତି ବୋଲି ସୂଚନା ରହିଛି।

୮୬ ବର୍ଷୀୟ ଖାମେନିଙ୍କୁ ଏକ ଅଜଣା ସୁରକ୍ଷା ବାହିନୀ ୨୪/୭ ସୁରକ୍ଷା ପ୍ରଦାନ କରୁଛି। ଯାହା ଇସ୍ରାଏଲର ଗୁପ୍ତଚର ସଂସ୍ଥା ଦ୍ଵାରା ସମ୍ଭାବ୍ୟ ଅନୁପ୍ରବେଶ ଏବଂ ହତ୍ୟା ଆଶଙ୍କା ମଧ୍ୟରେ ଗଠିତ ହୋଇଛି ବୋଲି ସୂଚନା ମିଳିଛି। ଖାମେନି ସମସ୍ତ ଇଲେକ୍ଟ୍ରୋନିକ ଯୋଗାଯୋଗ ବନ୍ଦ କରିଦେଇଛନ୍ତି ଏବଂ କେବଳ ବିଶ୍ଵସ୍ତ ସହାୟକଙ୍କ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି। ଯେଉଁଥିପାଇଁ ତାଙ୍କ ଅବସ୍ଥାନକୁ ଟ୍ରାକ କରିବା କଷ୍ଟକର ହୋଇପଡିଛି।

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ୨୧ ଜୁନରେ ଆମେରିକାର ପ୍ରବେଶ ସହିତ ଆହୁରି ତୀବ୍ର ହୋଇଛି। ସୂଚନା ମୁତାବକ, ଗତକାଲି ଆମେରିକୀୟ ସୈନ୍ୟ ବିଭାଗ ଇରାନର ତିନୋଟି ପରମାଣୁ ପରିସଂସ୍ଥାନ ଉପରେ ବୋମା ବର୍ଷଣ କରିଥିଲେ। ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଖାମେନେଇଙ୍କୁ ହଟାଇବା ଦ୍ଵାରା ସଂଘର୍ଷର ଅନ୍ତ ହୋଇପାରିବ ବୋଲି ମତ ଦେଇଛନ୍ତି। ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ ତାଙ୍କୁ "ଆଧୁନିକ ହିଟଲର" ବୋଲି ଆଖ୍ୟା ଦେଇଛନ୍ତି।

ଖାମେନି ସାମରିକ ଶୃଙ୍ଖଳାରେ ଅନେକ ପରିବର୍ତ୍ତନ କରି ନୂତନ ନିଯୁକ୍ତି ଦେଇଛନ୍ତି। କାରଣ ଗତ ସପ୍ତାହରେ ଇସ୍ରାଏଲର ସାମରିକ ଆକ୍ରମଣରେ ୧୧ ଜଣ ବରିଷ୍ଠ ସାମରିକ ଅଧିକାରୀ ଏବଂ ୧୪ ଜଣ ପରମାଣୁ ବୈଜ୍ଞାନିକ ନିହତ ହୋଇଛନ୍ତି। ସେ ନିଜ ପରେ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବେ ତିନି ଜଣ ବରିଷ୍ଠ ଧର୍ମଗୁରୁଙ୍କୁ ମଧ୍ୟ ମନୋନୀତ କରିସାରିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସେମାନଙ୍କ ମଧ୍ୟରେ ତାଙ୍କ ପୁଅ ମୋଜତାବା ନାହାନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି।

ସାଧାରଣତଃ ଖାମେନି ତେହେରାନର ମଧ୍ୟସ୍ଥଳୀରେ ଥିବା ଅତ୍ୟନ୍ତ ସୁରକ୍ଷିତ "ବେଇତ ରାହବାରୀ" (ନେତାଙ୍କ ଘର)ରେ ରୁହନ୍ତି ଏବଂ କାମ କରନ୍ତି। କିନ୍ତୁ ବର୍ତ୍ତମାନ ସେ ତେହେରାନର ଉତ୍ତର-ପୂର୍ବ ଲାଭିଜାନରେ ଏକ ଭୂଗର୍ଭ ବଙ୍କରରେ ରହୁଛନ୍ତି ବୋଲି ଜଣାପଡ଼ିଛି। ପୁଅ ମୋଜତାବାଙ୍କ ସମେତ ତାଙ୍କ ପରିବାର ମଧ୍ୟ ଏହି ବଙ୍କରରେଏକା ସହିତ ଆଶ୍ରୟ ନେଇଥିବା ଜମାପଡିଛି।

ଖାମେନି ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି ଯେ ଇରାନ ଏହି ଯୁଦ୍ଧ ବିରୋଧରେ ଦୃଢ଼ ଭାବେ ଛିଡ଼ା ହେବ। ଏହାସହ ସେ ଆମେରିକାର ନିଃଶର୍ତ ଆତ୍ମସମର୍ପଣ ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଇସ୍ରାଏଲ ଏବଂ ଆମେରିକାକୁ ଏହାର କଠୋର ପରିଣାମ ଭୋଗିବାକୁ ଚେତାବନୀ ଦେଇଛନ୍ତି।

ଏହି ସଂଘର୍ଷ ମଧ୍ୟରେ ଖାମେନିଙ୍କ ଜୀବନ ଉପରେ ବଢ଼ୁଥିବା ବିପଦ ଏବଂ ଇରାନର ସାମରିକ ଏବଂ ରାଜନୈତିକ ସ୍ଥିରତା ଉପରେ ଏହାର ପ୍ରଭାବ ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.