ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବିଜେଡି ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ; ଅଧିକ୍ଷକଙ୍କ ସହ ଆଲୋଚନା କଲା ଟିମ୍‌

Published By : Harapriya Sethi | June 7, 2025 3:10 PM

କୋରାପୁଟ, ୦୭/୦୬: ଶନିବାର କୋରାପୁଟ ଜିଲ୍ଲା ବିଜେଡି ପକ୍ଷରୁ ଏକ ଟିମ୍‌ ଶହୀଦ ଲକ୍ଷ୍ମଣ ନାୟକ କଲେଜ ଏବଂ ହସ୍ପିଟାଲରେ ୬ ଜଣ ରୋଗୀଙ୍କ ଏକକାଳୀନ ମୃତ୍ୟ ଘଟଣାରେ ଏକ ଦଳ ମେଡିକାଲ ସର୍ଜରୀ ଆଇସିୟୁ ପରିଦର୍ଶନ କରିବା ସହ ହସ୍ପିଟାଲ ଅଧିକ୍ଷକ ସୁଶାନ୍ତ ସାହୁଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା କାଳରେ ଅଧିକ୍ଷକଙ୍କୁ ରୋଗୀ ମୃତ୍ୟୁ କାରଣ ଓ କଲେଜର ଅବେହେଳାକୁ ନେଇ ପ୍ରଶ୍ନ କରିବା ସହ ସ୍ୱଚ୍ଛ ତଦନ୍ତ କରିବାକୁ ଦାବି କରିଥିଲେ ।  

ସେହିପରି ଟିମ୍‌ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସିଡିଏମଓ ବେଣୁଧର ଶବରଙ୍କ ସହ ଆଲୋଚନା କରି ମୃତକଙ୍କ ପରିବାର ପାଇଁ କ'ଣ କ୍ଷତିପୂରଣ ଦିଆଯାଇଛି, ସେନେଇ ପ୍ରଶ୍ନ କରିଥିଲେ । ଏହା ସହିତ ମେଡିକାଲରେ ଥିବା ମୃତ ଶୂକ୍ରା ମାଝୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ବିଜେଡି ଟିମ୍‌ ୨୫,୦୦୦ ଟଙ୍କା ପ୍ରଦାନ କରିଛି। ସେହିପରି ମୃତ ବତୀ ଖରାଙ୍କ ଗାଁକୁ ଯାଇ ସ୍ୱାମୀ ପଦୁ ଟାକିରୀଙ୍କୁ ଭେଟିବା ସହ ତାଙ୍କୁ ୨୫,୦୦୦ ଟଙ୍କା ସହାୟତା ଦେଇଛି ବିଜେଡି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.