ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ସାର ଟ୍ରକରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଗାଡି ଚାଳକ ଫେରାର

Published By : Suraj Kumar | June 14, 2025 11:22 PM

ଅସ୍ତରଙ୍ଗ ୧୪।୦୬-ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକଣ୍ଠ ଅଞ୍ଚଳରେ ଏକ ସାର ବୋଝେଇ ଟ୍ରକ ଭିତରୁ ଶ୍ରମିକ ଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଘଟଣା ସ୍ଥଳରୁ ଗାଡି ଚାଳକ ଫେରାର ହୋଇଯାଇଛି। ମୃତ ଶ୍ରମିକ ଜଣକ ହେଲେ  ବେଣୀପୁର ଗ୍ରାମର ମିଟୁ ଦାସ

ଶନିବାର ସନ୍ଧ୍ୟା ସମୟରେ ଏକ ସାର ବୋଝେଇ ଟ୍ରକ ଜଟଣୀରୁ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନଈଗୁଆଁ ପଞ୍ଚାୟତ ଖଣ୍ଡାସାହି ନିକଟରେ  ପହଞ୍ଚିଥିଲା। ଖଣ୍ଡାସାହି ଗ୍ରାମର ଭଗବାନ ଦାସ, ବେଣୀପୁର ଗ୍ରାମର ଦୀପକ କାଣ୍ଡି, ମିଟୁ ଦାସଙ୍କ ଦ୍ୱାରା ୧୬୦ବସ୍ତା ସାର ଟ୍ରକରୁ କଢ଼ାଯାଇଥିଲା। ପରେ ଟ୍ରକରେ ଥିବା ଅବଶିଷ୍ଟ କିଛି ବସ୍ତା ସାର କାଢ଼ିବାକୁ କାହାଳ ଗାଁକୁ ଆସିଥିଲା। ଶ୍ରମିକ ଜଣେ ଟ୍ରକ ଆଗରେ ବସିଥିବା ବେଳେ ଜଣେ ଶ୍ରମିକ ଟ୍ରକ ପଛରେ ବସିଥିଲେ । ଅନ୍ୟ ଜଣେ ବାଇକରେ ଆସିଥିଲେ। କିନ୍ତୁ ଉକ୍ତ ଟ୍ରକଟି କାହାଳ ଗାଁ ରେ ପହଂଚି ସାର କାଢ଼ିବା ସମୟରେ ସେଥିବରୁ ଶ୍ରମିକ ମିଟୁ ଦାସଙ୍କ ମୃତଦେହ ମିଳିଥିଲା। ଖବର ପାଇଁ କାକଟପୁର ଥାନା ଅଧିକାରୀ ଉମେଶ କୁମାର ସାହୁ ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଥିଲେ।  ଘଟଣା ପରେ ଉକ୍ତ ଟ୍ରକ ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।  ଟ୍ରକ ମାଲିକକୁ କାକଟପୁର ପୋଲିସ ଅଟକ ରଖିଛି। ମୃତ ଦେହକୁ ଚାରିଛକ ଗୋଷ୍ଠୀ ସ୍ବାସ୍ୟ କେନ୍ଦ୍ରକୁ ଶବବ୍ୟବଛେଦ ପାଇଁ ପୋଲିସ ପଠାଇଛି। ସାର ବୋଝେଇ ଟ୍ରକକୁ କାକଟପୁର ଥାନାରେ ଅଟକ ରଖି ତଦନ୍ତ ଜାରୀ ରଖିଛି ପୋଲିସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.