ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଶେଷଯାତ୍ରାରେ ଦୁଇ ପାଇଲଟ; ଲୁହଭିଜା ବିଦାୟ ଦେଲେ ପିତା-ପତ୍ନୀ, ସମସ୍ତଙ୍କୁ କନ୍ଦାଇ ଦେଲା ଭିଡିଓ

Published By : Ankita S | June 17, 2025 2:54 PM

ନୂଆଦିଲ୍ଲୀ,୧୭/୦୬: ଜଣେ ବାପାଙ୍କୁ କଥା ଦେଇ ଯାଇଥିଲେ । ଚାକିରିରୁ ଅବସର ନେବି ତୁମ ସେବା କରିବି ତୁମ ସହ ବାକି ସମୟ ବିତାଇବି । ଆଉ ଜଣେ ପତ୍ନୀଙ୍କୁ କଥା ଦେଇଥିଲେ । ଘରକୁ ଆସିବି ପିଲାଙ୍କୁ ଟିକେ ଆଖି ପୁରାଇ ଦେଖିବି । ସ୍ନେହ କରିବି । ହେଲେ ସବୁ କିଛି ଅଧାରେ ରହିଗଲା । ପୁଅକୁ ହରାଇ ଜଣେ ବାପାର କୋଳ ଖାଲି ହୋଇଗଲା । ଆଉ ଦୁଇ ପିଲା ବାପ ଛେଉଣ୍ଡ ହୋଇଗଲେ । ଦୁଇ କ୍ୟାପ୍ଟେନ୍ । ଆକାଶକୁ ବାଛି ଥିଲେ ଉଡିବାକୁ ହେଲେ ସେହି ଆକାଶରେ ଯେ ଦିନେ ହଜିଯିବେ କିଏ ଜାଣିଥିଲା । ଜଣେ କ୍ୟାପ୍ଟେନ୍‌ ସୁମିତ୍ ସବରୱାଲ ଆଉ ଜଣେ କ୍ୟାପ୍ଟେନ୍ ରାଜବୀର ସିଂହ ଚୌହାନ । ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ସୁମିତ୍ ସବରୱାଲଙ୍କର ମୃତ୍ୟୁ ହୋଇଥିଲା । ସେହିପରି କେଦାନାଥର ଗୌରୀକୁଣ୍ଡରେ ହୋଇଥିବା ହେଲିକପ୍ଟର କ୍ରାସ୍‌ରେ ଆଖି ବୁଜିଥିଲେ କ୍ୟାପ୍ଟେନ୍‌ ରାଜବୀର ସିଂହ । ଦୁଇ କ୍ୟାପ୍ଟେନ୍‌ଙ୍କର ଶେଷକୃତ୍ୟ ହୋଇଛି । ସୁମିତଙ୍କ ବାପା ଓ ରାଜବୀଙ୍କ ପତ୍ନୀ ଲୁହ ଭିଜା ଆଖିବେ ସେମାନଙ୍କୁ ବିଦାୟ ଦେଇଛନ୍ତି । ଏହି ସମୟର ଦୃଶ୍ୟ ସମସ୍ତଙ୍କୁ କନ୍ଦାଇ ଦେଇଥିଲା ।

ବିଦାୟ କ୍ୟାପ୍ଟେନ୍ ସୁମିତ୍- ଗତ ଜୁନ୍‌ ୧୨ ତାରିଖରେ ଅହମ୍ମଦାବାଦ ପ୍ଲେନ୍ କ୍ରାସ୍‌ରେ କ୍ୟାପ୍ଟେନ୍‌ ସୁମିତ ସବରୱାଲଙ୍କର ଦେହାନ୍ତ ହୋଇଥିଲା । ଆଜି ମୁମ୍ୱାଇରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଲୁହ ଭିଜା ବିଦାୟ ଦେଇଛନ୍ତି ତାଙ୍କ ବାପା । ଥରୁଥିବା ହାତରେ ଲୁହ ଭିଜା ଆଖିରେ ପାଇଲଟ ପୁଅକୁ ବିଦାୟ ଦେଇଛନ୍ତି ସୁମିତଙ୍କ ୮୮ ବର୍ଷୀୟ ବାପା ପୁଷକରାଜ ସବରୱାଲ । ସେ ସମୟର ଦୃଶ୍ୟ ସେଠି ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା ।

ବିଦାୟ କ୍ୟାପ୍ଟେନ୍ ରାଜବୀର-ଗତ ରବିବାର କେଦାରନାଥ ଗୌରୀକୁଣ୍ଡ ଜଙ୍ଗଲରେ ବେଲ୍ ୪୦୭ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ କ୍ୟାପ୍ଟେନ୍ ରାଜବୀର ସିଂହ ଚୌହାନଙ୍କର ବିୟୋଗ ହୋଇଥିଲା । ତାଙ୍କ ବିବାହକୁ ୧୪ ବର୍ଷ ହୋଇଥିଲା । ତାଙ୍କ ପତ୍ନୀ ଦୀପିକା ସେନାରେ ଲେପ୍ଟନାଣ୍ଟ କର୍ଣ୍ଣଲ ଭାବେ କାର୍ଯ୍ୟରତ । ୪ ମାସ ତଳେ ଯାଆଁଳା ଶିଶୁପୁତ୍ରଙ୍କ ପିତା ହୋଇଥିଲେ ରାଜବୀର । ଦୁଇ ପାଲିଙ୍କ ଉପରୁ ପିତାଙ୍କ ହାତ ଉଠି ଯାଇଛି । ଆଜି ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଆଖିରେ ଲୁହ ଓ ଦେହରେ ସେନା ବର୍ଦି ପିନ୍ଧି ସ୍ୱାମୀଙ୍କୁ ବିଦାୟ ଦେଇଛନ୍ତି ଲେପ୍ଟନାଣ୍ଟ କର୍ଣ୍ଣଲ ଦୀପିକା ଚୌହାନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.