ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଦିବ୍ୟାଙ୍ଗ ପ୍ରଫୁଲ୍ଲଙ୍କ ସମସ୍ୟା ବିଷୟରେ ଗଣମାଧ୍ୟମରୁ ଜାଣିଲେ ମୁଖ୍ୟମନ୍ତ୍ରୀ, ତୁରନ୍ତ ଘର ଯୋଗାଇ ଦେବାକୁ ଦେଲେ ନିର୍ଦ୍ଦେଶ

Published By : Suraj Kumar | June 12, 2025 4:19 PM

ଭୁବନେଶ୍ୱର,୧୨।୬ : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ଅନ୍ଧାରୀ ଗ୍ରାମର  ଶତ ପ୍ରତିଶତ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ପ୍ରଫୁଲ୍ଲ କୁମାର ଦାସଙ୍କ ସମସ୍ୟା ବିଷୟରେ ଗଣମାଧ୍ୟମରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଜାଣିବାକୁ ପାଇଥିଲେ।  ତାଙ୍କୁ ଘର ଯୋଗାଇଦେବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ   ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶ୍ରୀ ଦାସଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଏକ ବାସଗୃହ ଯୋଗାଇ ଦିଆଯିବ । ଏହା ସହିତ ତାଙ୍କୁ ରେଡକ୍ରସ ପାଣ୍ଠିରୁ ତୁରନ୍ତ ୫ ହଜାର ଟଙ୍କା ଯୋଗାଇ ଦିଆଯିବ।  ସୂଚନା ଅନୁଯାୟୀ ଶ୍ରୀ ଦାସଙ୍କୁ ଭିନ୍ନକ୍ଷମ ଭତ୍ତା ବାବଦରେ ମାସକୁ ୩୫୦୦ ଟଙ୍କା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ୫ କିଲୋଗ୍ରାମ ଚାଉଳ ଦିଆଯାଉଥିବା ବେଳେ, ଯିବା ଆସିବା ପାଇଁ ଏକ ଧଳା ବାଡି (Blind Stick) ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.