ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଶଙ୍କରପୁରରେ ଦୁଇଟି ପାଣି କମ୍ପାନୀ ସିଲ୍ କଲା ସିଏମ୍‌ସି, ଅସ୍ୱାସ୍ଥ୍ୟକର ପରିବେଶରେ ହେଉଥିଲା ପ୍ୟାକିଂ

Published By : Rasmita Pradhan | June 18, 2025 2:49 PM

କଟକ, ୧୮/୬ : କଟକ ସହରରେ ଡାଇରିଆ ନିରାକରଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ଦ୍ଵାରା ଖାଦ୍ୟ ଓ ପିଇବା ପାଣି ଯାଞ୍ଚ୍ ପ୍ରକ୍ରିୟା ବ୍ୟାପକ ହୋଇଛି। ଖାଦ୍ୟ ସୁରକ୍ଷା ବିଭାଗ ଦ୍ଵାରା ବାଦାମବାଡ଼ି ଥାନା ଅଧୀନସ୍ଥ ଶଙ୍କରପୁର ଅଞ୍ଚଳରେ ଚାଲିଥିବା ଦୁଇଟି ବେଆଇନ୍ ପିଇବା ପାଣି କମ୍ପାନୀରେ ଚଢାଉ କରି ସିଲ୍ କରିଛି।

ଏହି ଦୁଇ କମ୍ପାନୀ ଦୀର୍ଘ ଦିନ ହେବ ବିନା ଲାଇସେନ୍ସରେ ସହରର ବିଭିନ୍ନ ସ୍ଥାନକୁ ବଡ଼ ବଡ଼ ଜାରରେ ଭର୍ତ୍ତି କରି ବିକ୍ରି କରୁଥିଲେ। ଏହାସହ ଅସ୍ୱାସ୍ଥ୍ୟକର ପରିବେଶରେ ପିଇବା ପାଣି ପ୍ୟାକିଂ ହେଉଥିଲା। ଫିଲ୍ଟର ନାଁରେ ଅନେକ ଅସନା ଜାରରେ ପାଣି ବ୍ୟବସାୟ ଚାଲିଥିଲା। ଏନେଇ କଟକ ମହାନଗର ନିଗମ ଦ୍ଵାରା ସେଠାରେ ନୋଟିସ୍ ଲଗାଯିବା ସହ ଦୁଇଟି କଂପାନୀକୁ ସିଲ୍ କରାଯାଇଛି। ଏହି ଚଢାଉରେ ନଗର ସ୍ବାସ୍ଥ୍ୟ ଅଧିକାରୀ ଡ. ସତ୍ୟବ୍ରତ ମହାପାତ୍ରଙ୍କ ସମେତ ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.