ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା, ୬ ଯୁବନେତା ଅଟକ

Published By : Rasmita Pradhan | June 20, 2025 11:22 AM

ଭୁବନେଶ୍ୱର, ୨୦/୦୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ଭୁବନେଶ୍ଵର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟଙ୍କ ସମେତ ବହୁ କଂଗ୍ରେସ ନେତା ଯୋଗ ଦେଇଛନ୍ତି। ଅପରପକ୍ଷେ, ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବେଳେ କଳା ପତାକା ପ୍ରଦର୍ଶନଠୁ ଆରମ୍ଭ କରି କିଛି ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ୬ ଯୁବନେତାଙ୍କୁ ଅଟକ ରଖାଯାଇଛି। ୟାଶିର ନାୱାଜ, ରଣଜିତ ପାତ୍ର ପ୍ରମୁଖଙ୍କୁ ପୁଲିସ ଆଗୁଆ ଉଠାଇ ନେଇଛି।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଅବସରରେ ପିସିସି ସଭାପତି ଭକ୍ତଚରଣ ଦାସ ପ୍ରଧାନମନ୍ତ୍ରୀଙ୍କୁ  ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଯାଜପୁର ଜିଲ୍ଲାରେ ପାଞ୍ଚ ହଜାରରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ। ପ୍ରଧାନମନ୍ତ୍ରୀ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଉନ୍ନତ ସ୍ଵାସ୍ଥ୍ୟସେବା ପାଇଁ ପଦକ୍ଷେପ ନେବେକି ? ଗୋପାଳପୁର ଓ କେନ୍ଦୁଝର ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଭେଟିବେ କି? ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବା ପାଇଁ କିଛି ପଦକ୍ଷେପ ନେବେ କି ? ପିସିସି ସଭାପତି କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଏହି ସବୁ କାମ କରିବେ ତେବେ ଆମେ ପ୍ରାଧନମନ୍ତ୍ରୀଙ୍କ ଗସ୍ତକୁ ସ୍ଵାଗତ କରିବୁ। ନଚେତ୍ ସନ୍ଧ୍ୟା ୬ଟା ଯାଏଁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବୁ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.