ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଏୟାର୍‌ ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ସମସ୍ତଙ୍କ ପ୍ରଥମ ପସନ୍ଦ ସିଟ୍‌ ୧୧-A, ଅଧିକ ଟଙ୍କା ଦେବାକୁ ବି ଯାତ୍ରୀ ରାଜି

Published By : Prameya | June 22, 2025 10:42 AM

ନୂଆଦିଲ୍ଲୀ,୨୨/୦୬: ଗତ  ସପ୍ତାହରେ ଅହମ୍ମଦାବାଦରୁ ଲଣ୍ଡନ  ଅଭିମୁଖେ ଯାଉଥିବା ଏକ ବୋଇଙ୍ଗ୍‌  ୭୮୭-୮ ଡ୍ରିମ୍‌ଲାଇନର ବିମାନ ଦୁର୍ଘଟଣା  ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା । ବିମାନ  ଉଡ଼ାଣ ଆରମ୍ଭ କରିବାର ତତ୍‌କ୍ଷଣାତ୍‌  ଖସିପଡ଼ିଥିଲା । କେବଳ ଜଣଙ୍କୁ ଛାଡ଼ି ଫ୍ଲାଇଟ୍‌ରେ ଥିବା ସମସ୍ତ ୨୦୦ରୁ ଅଧିକ  ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହାସହିତ  ଏକ ମେଡିକାଲ କମ୍ପେ୍ଲକ୍ସ ଉପରେ ବିମାନ  ଖସିବା କାରଣରୁ ଆଉ ୨୯ ଜଣଙ୍କ  ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଚର୍ଚ୍ଚା  ପରିସରକୁ ଆସିଛି ସିଟ୍‌ ୧୧ଏ । ଏହା ଉକ୍ତ  ସିଟ୍‌ ଯେଉଁଠି ବସିଥିଲେ ଦୁର୍ଘଟଣାରେ  ବଞ୍ଚିଯାଇଥିବା ଏକମାତ୍ର ଯାତ୍ରୀ ୪୦  ବର୍ଷୀୟ ବିଶ୍ୱାସକୁମାର ରମେଶ ।  ବର୍ତ୍ତମାନ ଏହି ସିଟ୍‌ ପାଇଁ ଯାତ୍ରୀଙ୍କ ଚାହିଦା ବଡ଼ ମାତ୍ରାରେ ବଢ଼ିଯାଇଛି ।  ଲୋକେ ଏ ସିଟ୍‌ ପାଇଁ ଅଧିକ ଟଙ୍କା ମଧ୍ୟ  ଦେବାକୁ ରାଜି ।  

ପ୍ରକାଶଯୋଗ୍ୟ, ବିମାନ ଉଡ଼ାଣ  ଆରମ୍ଭ କରିବାର ତତ୍‌କ୍ଷଣାତ୍‌ ଏକ  ମେଡିକାଲ କମ୍ପେ୍ଲକ୍ସରେ ଖସିଯିବା  ପରେ ବ୍ରିଟେନ୍‌ଭିତ୍ତିକ ଯାତ୍ରୀ ରମେଶ  ସାମାନ୍ୟ ଆଘାତ ସହିତ ବାହାରକୁ  ଛିଟ୍‌କି ପଡ଼ିଥିଲେ । ପାଖରେ ବସିଥିବା  ତାଙ୍କ ଭାଇ ବଞ୍ଚି ପାରି ନଥିଲେ । ତେବେ  ଏମର୍ଜେନ୍ସି ଏକ୍‌ଜିଟ୍‌ ଧାଡ଼ିରେ ବସି  ରମେଶ ଚମତ୍କାର ଭାବେ ବଞ୍ଚିଯିବା ପରେ  ଏହି ସିଟ୍‌ର ଚାହିଦା ବଢ଼ିଯାଇଛି । ଯାତ୍ରୀମାନେ ଏବେ ଏମର୍ଜେନ୍ସି ଏକ୍‌ଜିଟ୍‌ ସିଟ୍‌ ବିଶେଷକରି ୧୧ଏ  ଚାହୁଁଛନ୍ତି । ଏହି ସିଟ୍‌ରେ ବସିବା ଦ୍ୱାରା  ଦୁର୍ଘଟଣା ସମୟରେ ବଞ୍ଚିବା ସମ୍ଭାବନା  ଅଧିକ ଥିବା ସେମାନେ ଭାବୁଛନ୍ତି ।  

ବିଶ୍ୱାସକୁମାରଙ୍କ ଘଟଣା ପରେ ନିୟମିତ  ବିମାନ ଯାତ୍ରା କରୁଥିବା କୋଲ୍‌କୋତାର  ଯାତ୍ରୀ ରାଜେଶ ଭଗ୍‌ନାନି କୁହନ୍ତି, ସେ  ସିଟ୍‌ ୧୧ଏ କିମ୍ବା ଏମର୍ଜେନ୍ସି ଏକ୍‌ଜିଟ୍‌  ପାଖରେ ଥିବା ସିଟ୍‌ ଚାହାନ୍ତି । ଏ ସିଟ୍‌ରେ  ବଞ୍ଚିବାର ସମ୍ଭାବନା ଅଧିକ ରହିଥିବା ସେ  ପ୍ରକାଶ କରିଛନ୍ତି । ଅନ୍ୟ ଜଣେ ବ୍ୟବସାୟୀ ଜିତେନ୍ଦ୍ର  ସିଂହ ବାଗା କୁହନ୍ତି, ଆଗକୁ ତାଙ୍କର  ଆମେରିକା ଯିବାର ଅଛି । ଏହି ସିଟ୍‌ ପାଇଁ  ସେ କୌଣସି ପ୍ରକାର ଅତିରିକ୍ତ ଟଙ୍କା  ଦେବାକୁ ରାଜି । ଟ୍ରାଭେଲ୍‌ ଏଜେଣ୍ଟ୍‌ସ ଫେଡେରେଶନ୍‌  ଅଫ୍‌ ଇଣ୍ଡିଆର ଅନିଲ୍‌ ପଞ୍ଜାବୀ କୁହନ୍ତି,  ଲୋକଙ୍କ ମନରେ ଏବେ ସିଟ୍‌ ୧୧ଏ  ବସା ବାନ୍ଧିଦେଲାଣି । ଏ ସିଟ୍‌ ଏମର୍ଜେନ୍ସି  ଏକ୍‌ଜିଟ୍‌ ପାଖରେ ନ ଥିଲେ ବି ଲୋକେ  ଏଥିପାଇଁ ରିକ୍ୱେଷ୍ଟ କରୁଛନ୍ତି । ସବୁ  ପଛରେ ରହିଛି ଲୋକଙ୍କ ଧାରଣା ।

ବିମାନ ବିଶେଷଜ୍ଞଙ୍କ କହିବାନୁସାରେ, ସିଟ୍‌ ୧୧ଏ ଯେ  ନିରାପଦ, ଏହା ସବୁବେଳେ ଠିକ୍‌ ନୁହେଁ ।  ବିମାନ ଦୁର୍ଘଟଣା ସବୁ ସମୟରେ ଯେ  ଏକାପ୍ରକାର ରହିବ ତାହା କହିହେବନାହିଁ । ପ୍ରତି ଦୁର୍ଘଟଣା ଭିନ୍ନ ପ୍ରକାର  ରହିଥାଏ । ସିଟ୍‌ର ଅବସ୍ଥିତି ଆଧାରରେ  ବଞ୍ଚିଯାଇ ହେବ ତାହା କହିବା ଯୁକ୍ତିଯୁକ୍ତ  ନୁହେଁ ବୋଲି କୁହନ୍ତି ଆମେରିକାଭିତ୍ତିକ  ଫ୍ଲାଇଟ୍‌ ସେଫ୍‌ଟି ଫାଉଣ୍ଡେସନ୍‌ର  ନିର୍ଦ୍ଦେଶକ ମିସେଲ ଫକ୍ସ ।  ବୋଇଙ୍ଗ୍‌ ୭୮୭ରେ ଉକ୍ତ ଦିନ ହୁଏତ  ସିଟ୍‌ ୧୧ଏ ନିରାପଦ ରହିଥାଇପାରେ  ବୋଲି କୁହନ୍ତି ସିଡ୍‌ନୀଭିତ୍ତିକ ଆଭ୍‌ଲ  ଆଭିଏସନ୍‌ କନ୍‌ସଲ୍‌ଟିଂର ଅଧ୍ୟକ୍ଷ ରୋନ୍‌  ବାର୍ଟସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.