ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବାଦାମପାହାଡ଼ ଲୁହା ପଥର ଖଣି ଅଞ୍ଚଳରେ ଡେଙ୍ଗୁ ଆତଙ୍କ: ଜଣେ ମୃତ, ଅନେକ ଆକ୍ରାନ୍ତ

Published By : Rasmita Pradhan | June 17, 2025 3:20 PM

ବାଡାମପାହାଡ଼, ୧୭। ୬ : ମୟୁରଭଞ୍ଜ ଜିଲ୍ଲାର କୁସୁମୀ ବ୍ଳକ ବାଦାମପାହାଡ଼ ଲୁହା ପଥର ଖଣି ଅଞ୍ଚଳରେ ଡେଙ୍ଗୁ ବ୍ୟାପିଛି। ଗତକାଲି ଡେଙ୍ଗୁରେ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି କୁସୁମୀ ବ୍ଳକ ଧାଙ୍ଗୁଡିମୁତା ଗାଁର ମଣ୍ଟୁ ସାହୁ(୫୦ ବର୍ଷ)। ସେହିପରି, ଡେଙ୍ଗୁରେ ଅନେକ ଆକ୍ରାନ୍ତ ହୋଇଛନ୍ତି। 

ସୂଚନାନୁଯାୟୀ, ମଣ୍ଟୁଙ୍କୁ କିଛି ଦିନ ହେଲା ଜ୍ୱର ଲାଗି ରହୁଥିଲା। ଗତ ୧୪ ତାରିଖରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ସଦର ମହକୁମା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ଡାକ୍ତରଖାନା ବାହାରେ ତାଙ୍କର ରକ୍ତ ନମୁନା ପରୀକ୍ଷା କରିଥିଲେ। ସେଥିରେ ଡେଙ୍ଗୁ ପରୀକ୍ଷା ମଧ୍ୟ କରା ଯାଇଥିଲା। ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିବାରୁ ଚିକିତ୍ସା ଆରମ୍ଭ ହୋଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। 

ଅଭିଯୋଗ ଅନୁସାରେ ଏବେ ଆହୁରି ଅନେକ ଲୋକ ବାଦାମପାହାଡ଼ ଖଣି ଅଞ୍ଚଳରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ଅଧିକାଂଶ ମେଡିକାଲ ନଯାଇ ଚେରମୂଳି ଓ ଘୋରେଇ ଚିକିତ୍ସା କରୁଛନ୍ତି। ସେପଟେ ଡେଙ୍ଗୁରେ ମଣ୍ଟୁଙ୍କ ମୃତ୍ୟୁ ପରେ ଗାଁରେ ଏକ ମେଡିକାଲ ଟିମ୍ ପହଞ୍ଚିଛି। ଲୋକଙ୍କ ରକ୍ତ ନମୁନା ସଂଗ୍ରହ ସହ ଡେଙ୍ଗୁ ସମ୍ପର୍କରେ ସଚେତନତା କରାଯାଉଛି। ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଡାକ୍ତର ରିତେଶ ଚୈତନ୍ୟ କହିଛନ୍ତି, ଡେଙ୍ଗୁ ମୃତ୍ୟୁ ନେଇ ମୋ ପାଖରେ କୌଣସି ସୂଚନା ନାହିଁ। ତେବେ କୁସୁମୀ ବ୍ଲକରେ ଜଣେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ତଥାପି ଆଜି ଧାଙ୍ଗୁଡିମୁତା ପଞ୍ଚାୟତ ଅଫିସ ପରିସରରେ ନମୁନା ସଂଗ୍ରହ ଚାଲିଛି। ଅନ୍ୟପକ୍ଷରେ, ଡେଙ୍ଗୁ ମୃତ୍ୟୁକୁ ଖଣ୍ଡନ କରିଛନ୍ତି ମୟୁରଭଞ୍ଜ ସିଡିଏମଓ। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୌଣସି ଲୋକଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିନାହିଁ। 

ହସ୍ତଗତ ସୂଚନା ଅନୁସାରେ, ଖଣି ଖାଦାନ ଭରା ବାଦାମପାହାଡ଼ର କ୍ୟାମ୍ପ କଲୋନୀ, ହାଟ ସାହି, ସିପି ହାଟିଙ୍ଗ ହାଟି, ଇନ୍ଦିରା କଲୋନୀ, ଧାଙ୍ଗୁଡିମୁତା, କାସିଆବେଡା, ମଝିଗାଁରେ ପରିମଳ ବ୍ୟବସ୍ଥା ବିଗିଡି ଯାଇଛି। ପ୍ରଶାସନ ଏଥିପ୍ରତି ନଜର ଦେବାକୁ ସାଧାରଣରେ ଦାବି ହେଉଛି। ଖବର ପାଇ ବାମନଘାଟି ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ ଗ୍ରାମକୁ ପହଞ୍ଚି ଗ୍ରାମରେ ଥିବା ଡ୍ରେନ ସହ ରାସ୍ତାଘାଟ ସଫା ସୁତରା ପ୍ରତି ତାଗିଦ କରିଥିଲେ। ଆଜି ପୁଣି ଉକ୍ତ ଗ୍ରାମକୁ ଏକ ମେଡିକାଲ ଟିମ୍ ପହଂଚିଥିବା ବେଳେ ୫୦ରୁ ଉର୍ଦ୍ଧ ରକ୍ତ ନମୁନା ସଂଗ୍ରହ କରାଯାଇଛି ଓ ସମସ୍ତଙ୍କୁ ତୁରନ୍ତ କେମିକାଲ ବୋଳା ମଶାରି ବାଣ୍ଟିବା ସହିତ ଘର କାନ୍ଥ ଗୁଡିକରେ ଔଷଧ ସିଞ୍ଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପ୍ରତି ପ୍ରଶାସନ ସଜାଗ ରହିଛି ବୋଲି ସୂଚନା ଦେଇଛନ୍ତି। ସଂଗ୍ରହ ହୋଇଥିବା ନମୁନା ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଉଛି। ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ଵ ହେବ ମଶାରୀ ଆସି ଥିଲେ, ସୁଦ୍ଧା ବର୍ତମାନ ଯାଏ ଲୋକଙ୍କ ପାଖକୁ ପହଞ୍ଚି ନଥିବାରୁ ଲୋକଙ୍କ ସନ୍ଦେହରେ ବିଭାଗ। ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେବ ମ୍ୟାଲେରିଆ ବଟିକା କିମ୍ବା ଇଞ୍ଜେକ୍ସନ ଭଳି ଅତ୍ୟାବଶକ ମେଡିସିନ ମହଜୁଦ ନରହିବା ଆଉ ଏକ ପ୍ରଶ୍ନ ଠିଆ କରିଛି। ଖଣି ଖାଦନ ଭରା ଆଦିବାସୀ ଅଧ୍ୟୁଷିତ ବାମନ ଘାଟି ଉପଖଣ୍ଡ ଲୋକଙ୍କୁ ସ୍ୱାସ୍ଥ ସେବାରୁ ବଞ୍ଚିତ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.