ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ଏବଂ ଦେବଗଡ଼କୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପ୍ରଦାନ ପାଇଁ କଲେ ଅନୁରୋଧ

Published By : Suraj Kumar | June 23, 2025 8:56 PM

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୩।୬ : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ମହାନଗମ ନିଗମ (ଏସଏମସି) ଓ ଦେବଗଡ଼ ପୌରପାଳିକାକୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପ୍ରଦାନ କରିବା ସମ୍ପର୍କରେ  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟି ଆଲୋଚନା କରିଛନ୍ତି । 

ଆଲୋଚନା କାଳରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ, ଓଡ଼ିଶାର ସମ୍ବଲପୁର ଓ ଦେବଗଡ଼କୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିଶନରେ ପୌର ସଂସ୍ଥାକୁ ଦିଆଯାଉଥିବା ଅର୍ଥ ଦିଆଯାଇନାହିଁ । ସମ୍ବଲପୁର ଏବଂ ଦେବଗଡ଼ ଆର୍ଥିକ, ଶିକ୍ଷାଗତ,  ଶିଳ୍ପ ଏବଂ ସାଂସ୍କୃତିକ ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ପଞ୍ଚଦଶ ଅର୍ଥ କମିଶନ ଅଧୀନରେ 'ମୌଳିକ ଏବଂ ସଂଯୁକ୍ତ ଅନୁଦାନ' ଏବଂ 'ସ୍ୱାସ୍ଥ୍ୟ ଅନୁଦାନ' ଏ ପର୍ଯ୍ୟନ୍ତ ନ ମିଳିବା ଯୋଗୁଁ ଅନେକ ବିକାଶମୂଳକ କାର୍ଯ୍ୟରେ ବାଧା ଉପୁଜିଛି । 

ସେ କହିଛନ୍ତି ସମ୍ବଲପୁର ଏବଂ ଦେବଗଡ଼ରେ ଏହି ମୌଳିକ ଅନୁଦାନ ରାଶି ଦ୍ୱାରା ପୌର ସଂସ୍ଥାରେ ରାସ୍ତା ଏବଂ ଡ୍ରେନେଜ୍ ଉନ୍ନତି, ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହଜ ହେବ । ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ, ରାସ୍ତା ଆଲୋକୀକରଣ ଏବଂ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ ନାଗରିକ ସେବା ଏବଂ ଭିତ୍ତିଭୂମି କାର୍ଯ୍ୟ ସୁଦୃଢ ହେବ । ଏହି ଅନୁଦାନ ପୌରସଂସ୍ଥା ଗୁଡ଼ିକୁ ଅତ୍ୟାବଶ୍ୟକୀୟ ବିକାଶ କାର୍ଯ୍ୟ ଜାରି ରଖିବା ଏବଂ ନାଗରିକ ସେବାରେ ସହାୟକ ହେବ । ଏହି ବିଷୟକୁ ଦୃଷ୍ଟିରେ ରଖି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ଓ ଦେବଗଡ଼ ୟୁଏଲବିକୁ ୧୫ତମ ଅର୍ଥ କମିଶନ ଅନୁଦାନର ସମୟସୀମା ମଧ୍ୟରେ ପ୍ରଦାନ କରିବା ପାଇଁ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ଶ୍ରୀ ପ୍ରଧାନ  ।

ଏହାବ୍ୟତୀତ ଆଲୋଚନା କାଳରେ ସମ୍ବଲପୁର ଏବଂ ଦେବଗଡ଼ରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ କିପରି ଘର ମିଳିପାରିବ, ପିଏମ ସ୍ୱନିଧି ଯୋଜନାରେ ଉଠା ଦୋକାନୀ କିଭଳି ସହଜରେ ଋଣ ପାଇବା ସହ ସ୍ୱାବଲମ୍ବୀ ହୋଇପାରିବେ, ଇ- ବସ ଚଳାଚଳକୁ ଅଧିକ ପ୍ରୋତ୍ସାହନ ମିଳିବା ସହ ସହରରେ ବର୍ଜ୍ୟବସ୍ତୁ ପରିଚାଳନା କିପରି ବ୍ୟବସ୍ଥିତ ଭାବରେ ହେବ, ସେ ଦିଗରେ ଉଭୟ ମନ୍ତ୍ରୀ ଆଲୋଚନା କରିଛନ୍ତି । ଏହା ଉପରେ ପଦକ୍ଷେପ ନେବା ପାଇଁ ଆଶ୍ୱସ୍ତ କରିଥିବାରୁ ଶ୍ରୀ ପ୍ରଧାନ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.