ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ

Published By : Anindita Ratha | June 20, 2025 8:22 AM

ନୂଆଦିଲ୍ଲୀ,୨୦/୦୬:ଭୂକମ୍ପ ଝଟକାରେ ଥରିଲା ଭାରତର ପଡ଼ୋଶୀ ଦେଶ।  ଆଫଗାନିସ୍ତାନରେ ଭୂମିକମ୍ପ ଝଟକା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ କରାଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଶୁକ୍ରବାର ସକାଳ ୦୬.୨୦ ରେ ଆଫଗାନିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ୪.୭ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଯାହାର ଝଟକା ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ୧୦ କିଲୋମିଟର ଗଭୀରତାରେ ଥିଲା। ଏପର୍ଯ୍ୟନ୍ତ କୌଣସି ଧନ ସମ୍ପତ୍ତି କ୍ଷତିର କୌଣସି ରିପୋର୍ଟ ନାହିଁ।ଏହି ଭୂମିକମ୍ପର ଝଟକା ଯୋଗୁଁ ଲୋକମାନେ ବାହାରକୁ ପଳାଇ ଆସିଥିଲେ । 

ଆଫଗାନିସ୍ତାନର ଶେଷକରି ହିନ୍ଦୁକୁଶ ଏବଂ ହେରାତ ପ୍ରଦେଶ,ଭୂମିକମ୍ପ ପାଇଁ ଜଣାଶୁଣା। ଜାତିସଂଘ ଅନୁଯାୟୀ,ଦେଶ ଭୂମିକମ୍ପ,ଭୂସ୍ଖଳନ ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ। ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ କରୁଛନ୍ତି। ପାକିସ୍ତାନର କିଛି ଅଂଶ ଯେପରିକି ଖାଇବର ପଖତୁନଖ୍ୱା ଏବଂ ପଞ୍ଜାବରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ଏହି ଅଞ୍ଚଳରେ ଟେକ୍ଟୋନିକ୍ କାର୍ଯ୍ୟକଳାପ ଯୋଗୁଁ ଭବିଷ୍ୟତରେ ଭୂମିକମ୍ପ ହୋଇପାରେ। ପ୍ରକାଶ ଥାଉକି,ଗତକାଲି ଜାପାନର ହୋକାଇଡୋ ଅଞ୍ଚଳର ନେମୁରୋ ଉପଦ୍ୱୀପର ଦକ୍ଷିଣ-ପୂର୍ବ ଉପକୂଳରେ ଭୂମିକମ୍ପ ହୋଇଥିଲା। ସେହିପରି iତ ୧୮ ତାରିଖ ଦିନ ଭାରତର ଅରୁଣାଚଳ ପ୍ରଦେଶରେ ଏକ ଭୂମିକମ୍ପ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରେକର୍ଡ କରାଯାଇଥିଲା ଏବଂ ଭୂକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ କାମାଙ୍ଗ ଅଞ୍ଚଳରେ ଭୂମିପୃଷ୍ଟର୧୦ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.