ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ

Published By : Suraj Kumar | June 22, 2025 6:09 PM

ଭୁବନେଶ୍ୱର,୨୨।୬ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ତୀର୍ଥଯାତ୍ରୀ ଏବଂ ପରିଦର୍ଶକ ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ।   ରଥଯାତ୍ରା  ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ବ୍ୟତୀତ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଉଅଛି ।   ଯାହା ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଏବଂ ପଲାସା, ଛତିଶଗଡ଼ର ଜଗଦଲପୁର ଓ ଗୋଣ୍ଡିଆ ଏବଂ ପଶ୍ଚିମବଙ୍ଗର ସନ୍ତ୍ରାଗଛି (କୋଲକାତା) କୁ ସଂଯୋଗ କରିବ ।  

ଏହି ସ୍ୱତନ୍ତ୍ର ଟ୍ରେନ ସେବାଗୁଡ଼ିକ ରାଜ୍ୟର ବିଭିନ୍ନ ସ୍ଥାନରୁ ଚଳାଚଳ କରାଯିବାକୁ ଯୋଜନା କରାଯାଇଛି । ରଥଯାତ୍ରା ମହୋତ୍ସବର ପ୍ରମୁଖ ଦିନଗୁଡ଼ିକରେ ବିଶେଷ ଗୁରୁତ୍ୱ ଦିଆଯିବାକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଅଛି । ରାଉରକେଲା, ବୀରମିତ୍ରପୁର, ବାଙ୍ଗିରିପୋଷି, ଜୁନାଗଡ଼ ରୋଡ୍, ବାଦାମପାହାଡ଼, ବୌଦ୍ଧ, ଜଗଦଲପୁର, ବାଲେଶ୍ୱର, ଅନୁଗୁଳ, ଗୁଣୁପୁର, ରାୟଗଡ଼ା, ପାରାଦୀପ, ଭଦ୍ରକ, କେନ୍ଦୁଝର, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ଭଦ୍ରକ, ସମ୍ବଲପୁର, ତାଳଚେର, କଟକ, ବ୍ରହ୍ମପୁର, ଢେଙ୍କାନାଳ, ବଡ଼ବିଲ, ପଲାସା ଏବଂ ବିଶାଖାପାଟଣା (ଆନ୍ଧ୍ର ପ୍ରଦେଶ), ଜଗଦଳପୁର ଓ ଗୋଣ୍ଡିଆ (ଛତିଶଗଡ଼) ଏବଂ ସାନ୍ତ୍ରାଗାଛି / କଲିକତା (ପଶ୍ଚିମବଙ୍ଗ) ସହିତ ଟ୍ରେନ ସେବା ସଂଯୋଗ କରିବ।  

ଗୁଣ୍ଡିଚା ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନାବେଶ ବ୍ୟତୀତ ରଥଯାତ୍ରା ମହୋତ୍ସବର ଅନ୍ୟ ଦିନଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି ଯେଉଁଥିରେ ରାଉରକେଲା, ବାଦାମପାହାଡ଼, ବୀରମିତ୍ରପୁର, ବାଙ୍ଗିରିପୋଷି, ବାଲେଶ୍ୱର, ବଡ଼ବିଲ, ଅନୁଗୁଳ, ପାରାଦୀପ, ଭଦ୍ରକ, କେନ୍ଦୁଝର, ପଲାସା, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ବଡ଼ବିଲ, ଜଗଦଳପୁର ଓ ଗୋଣ୍ଡିଆ (ଛତିଶଗଡ଼), ସନ୍ତ୍ରାଗାଛି (ପଶ୍ଚିମବଙ୍ଗ) ଏବଂ ପଲାସା ଓ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ବ୍ୟତୀତ ଅନ୍ୟାନ୍ୟ ସ୍ଥାନରୁ ସେବା ଉପଲବ୍ଧ ହେବ ।  

ଯାତ୍ରୀମାନଙ୍କୁ ସରକାରୀ ରେଳ ପୋର୍ଟାଲ ମାଧ୍ୟମରେ ସମୟସୂଚୀ ଏବଂ ଉପଲବ୍ଧତା ଯାଞ୍ଚ କରିବାକୁ ଏବଂ ରଥଯାତ୍ରା ମହୋତ୍ସବ ସମୟରେ ସାର୍ବଜନୀନ ଘୋଷଣା ମାଧ୍ୟମରେ ଟ୍ରେନ ଚଳାଚଳ ସମ୍ବନ୍ଧରେ ସଠିକ ସୂଚନା ପ୍ରାପ୍ତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.