ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସରକାରଙ୍କ ନୂଆ ବ୍ୟବସ୍ଥା, ୩,୦୦୦ ଟଙ୍କାରେ ବର୍ଷକ ପାଇଁ ଫାଷ୍ଟ୍ୟାଗ୍‌

Published By : Anindita Ratha | June 19, 2025 3:21 PM

ନୂଆଦିଲ୍ଲୀ,୧୯/୦୬: ଏବେ ଫାଷ୍ଟ୍ୟାଗ୍‌ ପାଇଁ ମିଳିବ ବାର୍ଷିକ ପାସ୍‌ ବିକଳ୍ପ । ୩,୦୦୦ ଟଙ୍କା ଦେଇ ଏହାକୁ ସଂଗ୍ରହ କରିପାରିବେ ଘରୋଇ ଗାଡ଼ି ମାଲିକ । ୧୫ ଅଗଷ୍ଟରୁ ମିଳିବ ଏ ପାସ୍‌ । ଟୋଲ୍‌ ପ୍ଲାଜାଗୁଡ଼ିକରେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ିକୁ ହଟାଇବା ଲାଗି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏହି ବ୍ୟବସ୍ଥାକୁ ପ୍ରଚଳନ କରାଯାଉଥିବା ଜଣାପଡ଼ିଛି । ଏହି ପାସ୍‌ ଘରୋଇ ଯାନ ଯେପରି କାର୍‌, ଜିପ୍‌ ଏବଂ ଭ୍ୟାନ୍‌ ପାଇଁ ଉପଲବ୍ଧ ହେବ । ଏହା ବର୍ଷକ ପାଇଁ ବା ୨୦୦ ପର୍ଯ୍ୟନ୍ତ ଟୋଲ୍‌ ପାର୍‌ କରିବା ପାଇଁ ବୈଧ ରହିବ । ଅର୍ଥାତ୍‌ ଗୋଟିଏ ଟୋଲ୍‌ ପାର୍‌ କରିବା ପାଇଁ  ହେବ ଖର୍ଚ୍ଚ ପ୍ରାୟ ୧୫ ଟଙ୍କା। 

ସରକାରଙ୍କ କହିବାନୁସାରେ, ଏ ବ୍ୟବସ୍ଥା ଦ୍ୱାରା ଦେଶବ୍ୟାପୀ ଜାତୀୟ ରାଜପଥ ଟୋଲ୍‌ରେ ଭିଡ଼ କମିବ । ରାଜପଥରେ ଯାତ୍ରା ସହଜ ଏବଂ ଅଧିକ ଶସ୍ତା ହେବ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ‘ଏକ୍ସ’ ପୋଷ୍ଟ୍‌ ମାଧ୍ୟମରେ ସ୍କିମ୍‌ର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ଏହି ୩,୦୦୦ ଟଙ୍କିଆ ପାସ୍‌ ନନ୍‌-କମର୍ସିଆଲ କାର୍‌, ଜିପ୍‌ ଏବଂ ଭ୍ୟାନ୍‌ଗୁଡ଼ିକ ପାଇଁ ଭଲ । ଜାତୀୟ ରାଜପଥରେ ବାରମ୍ବାର ଯାଉଥିବା ଚାଳକ ଏକ ସୁଲଭ ବାର୍ଷିକ ଫି’ ଦେଇ ଏକାଧିକ ଟୋଲ୍‌ ପେମେଣ୍ଟ୍‌ରୁ ମୁକ୍ତି ପାଇବେ । ଏହି ବାର୍ଷିକ ପାସ୍‌ ଦ୍ୱାରା ଚାଳକ ଏକ ସ୍ଥାୟୀ ମୂଲ୍ୟରେ ବର୍ଷସାରା ବା ୨୦୦ ଟ୍ରିପ୍‌ ପର୍ଯ୍ୟନ୍ତ ଟୋଲ୍‌ମୁକ୍ତ ଯାତ୍ରା କରିପାରିବେ । ଏ ପାସ୍‌ ଟୋଲ୍‌ ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିତ କରିବ, ଯାହାଦ୍ୱାରା ସମସ୍ତେ ଉପକୃତ ହେବେ ।

 କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ, ଏତିକି ମାତ୍ରାରେ ଟୋଲ୍‌ ପାର୍‌ କରିବାରେ ପ୍ରାୟ ୧୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଏବେ ୩,୦୦୦ ଟଙ୍କାରେ ଏହା ହୋଇଯିବ । ଫଳରେ ଲୋକଙ୍କ ୭୦୦୦ ଟଙ୍କା ସଞ୍ଚୟ ହେବ । ପାସ୍‌ ନେବା ଅତି ସହଜ । ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ  ବା ଏନ୍‌ଏଚ୍‌ଏଆଇ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଖୁବ୍‌ଶୀଘ୍ର ହାଇୱେ ଟ୍ରାଭେଲ ଆପ୍‌ ବା ରାଜମାର୍ଗ ୟାତ୍ରା ଆପ୍‌ ଏବଂ ନିଜ ନିଜର ଅଫିସିଆଲ ୱେବ୍‌ସାଇଟ୍‌ରେ ଏକ ପୃଥକ ଲିଙ୍କ୍‌ ଆରମ୍ଭ କରିବେ । ଲୋକେ ଏଠାରେ ପାସ୍‌ ପାଇଁ ଆବେଦନ ଏବଂ ରିନ୍ୟୁ କରିପାରିବେ । ପୂର୍ବରୁ ଅନେକ ଲୋକ ଅଭିଯୋଗ କରୁଥିଲେ ଯେ, ଯଦି ସେମାନଙ୍କ ଘରର ୬୦ କିଲୋମିଟର ଦୂରରେ ଟୋଲ୍‌ ପ୍ଲାଜା ରହିଛି, ତେବେ ବାରମ୍ବାର ଟୋଲ୍‌ ଦେବାକୁ ପଡୁଛି ।

 ଦୈନିକ କିମ୍ବା ସପ୍ତାହରେ ଅନେକ ଥର ଟୋଲ୍‌ ପାର୍‌ କରୁଥିବା ଲୋକେ ଏ ଅଭିଯୋଗ ଆଣିଥିଲେ । ଏହି ବାର୍ଷିକ ପାସ୍‌ ଉକ୍ତ ସମସ୍ୟାକୁ ସମାଧାନ କରିବ । ପ୍ରତିଥର ଟୋଲ୍‌ ଦେବାର ଆବଶ୍ୟକତା ନାହିଁ । ଏହି ପାସ୍‌ ଦେଶବ୍ୟାପୀ ଜାତୀୟ ରାଜପଥ ଟୋଲ୍‌ ପ୍ଲାଜାରେ କାର୍ଯ୍ୟ କରିବ । ଜଣେ ଦିଲ୍ଲୀରୁ ମୁମ୍ବାଇ ଯାଉଥାନ୍ତୁ କିମ୍ବା ଚେନ୍ନାଇରୁ ବାଙ୍ଗାଲୋର, ପ୍ରତି ସ୍ଥାନରେ ଏ ପାସ୍‌ ସ୍କାନ୍‌ ହେବ ଏବଂ ପେମେଣ୍ଟ ହୋଇଯିବ । କିନ୍ତୁ ଏହା କେବଳ ଜାତୀୟ ରାଜପଥ ଟୋଲ୍‌ ପାଇଁ ଉପଲବ୍ଧ । ଏହା ରାଜ୍ୟ ରାଜପଥ କିମ୍ବା ସ୍ଥାନୀୟ ଟୋଲ୍‌ ପାଇଁ ନୁହେଁ । ଏହି ପାସ୍‌ ଆଣିବା ପଛରେ ସରକାର ଏବଂ ଏନ୍‌ଏଚ୍‌ଏଆଇର ଉଦ୍ଦେଶ୍ୟ ହେଉଛି ଟୋଲ୍‌ ବ୍ୟବସ୍ଥାକୁ ଉନ୍ନତ କରିବା । ସରକାର ଚାହାନ୍ତି ଯେ, ଟୋଲ୍‌ ପ୍ଲାଜାଗୁଡ଼ିକରେ ଗାଡ଼ିଗୁଡ଼ିକର ଭିଡ଼ କମୁ । ଲୋକେ ଡିଜିଟାଲ ପେମେଣ୍ଟ୍‌ର ବହୁଳ ବ୍ୟବହାର କରନ୍ତୁ । ୬୦ କିମି ଦୂରତ୍ୱ ମଧ୍ୟରେ ରହୁଥିବା ଲୋକଙ୍କ ସମସ୍ୟାର ସମାଧାନ ହେବା ସହ ରାଜପଥରେ ଯାତ୍ରା ଦ୍ରୁତ, ସହଜ ଏବଂ ଚିନ୍ତାମୁକ୍ତ ହେବ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.