ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ନେପାଳରେ ବସ୍ ଏବଂ ଇଲେକ୍ଟ୍ରିକ୍ ଯାନ ମଧ୍ୟରେ ଭୟଙ୍କର ଦୁର୍ଘଟଣା; ୭ ମୃତ, ୨୫ ଆହତ

Published By : Bijay Swain | June 21, 2025 7:10 PM

ନୂଆଦିଲ୍ଲୀ: ଶନିବାର ଦିନ ନେପାଳର ବାଗମତୀ ପ୍ରଦେଶରେ ଏକ ବସ୍ ଏବଂ ଏକ ଇଲେକ୍ଟ୍ରିକ୍ ଯାନ ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। 

ସୂଚନା ଅନୁଯାୟୀ, ଚିତୱାନ୍ ଜିଲ୍ଲାର ପୂର୍ବ-ପଶ୍ଚିମ ରାଜପଥରେ ଧାନଗଢ଼ିରୁ ଏକ ବସ୍ ସକାଳ ପ୍ରାୟ ୧୦ଟା ୧୫ ସମୟରେ କାକରଭିଟ୍ଟା ଆଡକୁ ଯାଉଥିଲା। ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ଇଲେକ୍ଟ୍ରିକ୍ ଯାନ ସହିତ ବସଟି ଧକ୍କା ହୋଇଥିଲା। ଧକ୍କା ହେବା କ୍ଷଣି ଉକ୍ତ ଇଲେକ୍ଟ୍ରିକ ଗାଡିରେ ନିଆଁ ଲାଗିଯାଇଥିଲା। 

ଦୁର୍ଘଟଣା ସମୟରେ ଭୟଙ୍କର ଶବ୍ଦ ହେବାରୁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଗଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିବା ଜଣାପଡିଛି। ତେବେ ଆହତ ମାନଙ୍କ ମଧ୍ୟରୁ ଅନେକ ଜଣଙ୍କ ସ୍ୱାସ୍ଥ୍ୟାବସ୍ତା ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.