ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ

Published By : Harapriya Sethi | June 16, 2025 10:24 AM

ଚନ୍ଦନେଶ୍ୱର,୧୬/୦୬: ସୈତାନ ସାଜିଲା ବାପା । ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଓ ପୁଅକୁ ହାଣିଲା । ପୁଅ ଓ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଦହମୁଣ୍ଡାରେ ଏଭଳି ଘଟଣା ଘଟିଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । 

ସୂଚନା ମୁତାବକ, ରବିବାର ରାତିରେ ସ୍ତ୍ରୀ ଏବଂ ପୁଅକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ସୈତାନ ବାପା । ଏହି ଘଟଣା ପରେ ସ୍ତ୍ରୀ ଏବଂ ପୁଅଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏସମ୍ପର୍କରେ ଖବର ପାଇ କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘରଠାରୁ କିଛି ଦୂରରେ ଏକ ଧାରୁଆ ଟାଙ୍ଗିଆ ଉଦ୍ଧାର ହୋଇଛି । ତେବେ ପାରିବାରିକ କଳହରୁ ଏଭଳି ଘଟିଥିବା ଘଟଣା ଘଟିଥିବା ଅନୁମାନ କରାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.